୧୧ରୁ ବ୍ରହ୍ମପୁର ମହୋତ୍ସବ’
ବ୍ରହ୍ମପୁର: ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ସମାଜ ସେବା ଅନୁଷ୍ଠାନ ପକ୍ଷରୁ ବହୁବର୍ଷ ଧରି ଆୟୋଜନ ହୋଇ ଆସୁଥିବା ଓଡ଼ିଶା ର ଅନ୍ୟତମ ଆକର୍ଷଣୀୟ ବିଶାଳ ସାଂସ୍କୃତିକ ମହୋସôବ ଜନସାଧାରଣଙ୍କ ଅନୁରୋଧ କ୍ରମେ ଦୀର୍ଘ ଆଠ ବର୍ଷ ବ୍ୟବଧାନରେ ଆସନ୍ତା ଜାନୁୟାରୀ ଜାତୀୟ ଯୁବ ସପ୍ତାହ ଅବସରରେ ୧୧ ରୁ ୧୬ ତାରିଖ ମଧ୍ୟରେ ଖଲିକୋଟ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡ ରେ ଆୟୋଜନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ୬ ଦିନ ବ୍ୟାପୀ ଏହି ବିଶାଳ ମହୋସôବ ରେ କୁଟୀର ଶିଳ୍ପ , ଶିକ୍ଷାନୁଷ୍ଠାନ, ପ୍ରକାଶକ, ସରକାରଙ୍କ ବିଭିନ୍ନ ବିଭାଗ ସହ ରାଜ୍ୟ ବାହାରର ବିଭିନ୍ନ ଷ୍ଟଲ୍ ସହ ସ୍ଥାନୀୟ କଳାକାରଙ୍କ ସମେତ ଜାତୀୟ ଆନ୍ତର୍ଜାତୀୟସ୍ତରର ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଜିବ । ପ୍ରତ୍ୟେକ ଦିନ ଦକ୍ଷିଣ ଓଡ଼ିଶାର ଶିକ୍ଷା, ସାଂସ୍କୃତିକ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ତଥା ବିକାଶ ସମ୍ପର୍କରେ ଆଲୋଚନା ସହ ଏକ ସ୍ମରଣିକା ପ୍ରକାଶ କରାଯିବ । ବିଭିନ୍ନ ଦିନରେ ମହାମହିମ ରାଜ୍ୟପାଳ, ପୂର୍ବତନ ରାଜ୍ୟପାଳ, କେନ୍ଦ୍ର ତଥା ରାଜ୍ୟ ମନ୍ତ୍ରୀ, ବରିଷ୍ଟ ପ୍ରସାଶନିକ ଓ ପୋଲିସ ଅଧିକାରୀ, ଅଭିନେତା, ସାହିତ୍ୟିକ , ଗଣମାଧ୍ୟମ ବ୍ୟକ୍ତିତ୍ୱ ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବା ସ୍ଥିର ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ, ଆଲୋଚନା, ସାହିତ୍ୟ ଆସର ସହ ବଡି ବିଲିଡ଼ି, ବକ୍ସିଙ୍ଗ ସହ ଯୁବକ ଛାତ୍ର ଛାତ୍ରୀ ଓ ମହିଳାଙ୍କ ନିମନ୍ତେ ପ୍ରତିଯୋଗିତା ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା । ଦୀର୍ଘ ବର୍ଷ ବ୍ୟବଧାନରେ ଏହି ଉସôବ ଆୟୋଜନ ହେଇଥିବାରୁ ସଂସ୍କୃତି ପ୍ରେମୀ ତଥା ସହରବାସୀଙ୍କ ସମତେ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହାକୁ ସଫଳ କରିବା ନିମନ୍ତେ ଜନ ପ୍ରତିନିଧି, ପ୍ରସାଶନିକ ଓ ପୋଲିସ ଅଧିକାରୀ, ବିଭିନ୍ନ ସଙ୍ଗଠନ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅତି ଶୀଘ୍ର କରାଯିବ ବୋଲି ସାଧାରଣ ସମ୍ପାଦକ ପ୍ରସାନ୍ତ ପାତ୍ର ଓ ମହୋସôବ ସମ୍ପାଦକ ଗୋପାଳ ପଟ୍ଟନାୟକ ସନୀୟ ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରୋକଷ୍ଟରେ ଗତ ରବିବାର ଦିନ ପ୍ରାକ୍ ପ୍ରସ୍ତୁତି ବୈଠକ ଅବସରରେ ସୂଚନା ଦେଇଛନ୍ତି । ବିଶିଷ୍ଟ ସଂଗଠକ ତଥା ଉଭୟ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଅନିଲ ପାତ୍ର, ସସ୍ମିତା ମିଶ୍ର, କାର୍ତ୍ତିକ ପାଣିଗ୍ରାହୀ, ସୁରେଶ ତ୍ରିପାଠୀ, ହରୀକୃଷ୍ଣ ମିଶ୍ର, ଡ. ଧନ ଲକ୍ଷ୍ମୀ ପଟ୍ଟନାୟକ, ବିଶ୍ୱନାଥ ପଟ୍ଟନାୟକ,ବନ୍ଦିତା ତ୍ରିପାଠି, ଶ୍ରୀକାନ୍ତ ସାବତ, ସଞ୍ଜୟ ମାଝୀ,ଆଶିଷ ପାଢ଼ୀ,ପ୍ରକାଶ ଭାଜନି, ଅନନ୍ତ ପ୍ରଧାନ, ମହମ୍ମଦ ଆସଲାମ ପ୍ରମୁଖ ସମେତ ବହୁ ସଦସ୍ୟା ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । " ବ୍ରହ୍ମପୁର ମହୋସôବ" ଗୋଟିଏ ବ୍ୟକ୍ତି ବା ଗୋଟିଏ ଅନୁଷ୍ଠାନର ନୁହେଁ, ଏହି ଉସôବ ସମସ୍ତଙ୍କର ଏଣୁ ଏହାକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହୋଜୋଗ ଆବଶ୍ୟକ ରହିଛି ବୋଲି ସଭାପତି ଶ୍ରୀ ସାବତ କାମନା କରିଛନ୍ତି ।