ଚୋରି ବାଇକ୍ ଜବତ, ଅଭିଯୁକ୍ତ ଗିରଫ 

ାା ପ୍ରଭାନୁ୍ୟଜ ।ା କପ୍ତିପଦା : କପ୍ତିପଦା ଲକ୍ଷ୍ମୀ ବସ୍ଷ୍ଟାଣ୍ଡ୍ରୁ ଗତ ୫ତାରିଖରେ ଚୋରି ହୋଇଥିବା ଏକ ବାଇକ୍କୁ କପ୍ତିପଦା ପୁଲିସ୍ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଖବରରୁ ପ୍ରକାଶ, ଶରତ ଅଞ୍ଚଳ ଶାଣଦେଇ ଗ୍ରାମର ଉତ୍ତମ କୁମାର ଖଟୁଆ ତାଙ୍କର ମୋଟର ସାଇକେଲ୍ ହୋଣ୍ଡା ସାଇନ୍ ଓଡ଼ି୧୧-୯୧୩୭ଟି ରଖି ଲକ୍ଷ୍ମୀ ବସ୍ରେ କାର୍ଯ୍ୟ କରୁଥିଲେ । ସନ୍ଧ୍ୟାରେ ଫେରି ଆଉ ବାଇକ୍ଟିକୁ ପାଇନଥିଲେ । ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କପ୍ତିପଦା ପୁଲିସ୍ ତଦନ୍ତ ଜାରି ରଖିଥିବାବେଳେ ବଡ଼ଖଲାଡ଼ି ପଞ୍ଚାୟତ କୁସୁନପୁର ଗ୍ରାମର ଶଶିକାନ୍ତ ପଲେଇ (୩୧)ଙ୍କ ଘରୁ ବାଇକ୍ଟିକୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ ହୋଇଛି ବୋଲି ଥାନାଧିକାରୀ ପ୍ରକାଶ ରଥ ପ୍ରକାଶ କରିଛନ୍ତି । ଏ ନେଇ କପ୍ତିପଦା ଥାନାରେ କେସ୍ ନଂ ୨୮୭ରେ ଏକ ମୋକଦ୍ଦମା ରୁଜୁ କରାଯାଇଛି ।