ଜାତୀୟ ନୂତନ ଶିକ୍ଷାନୀତି ସମ୍ପର୍କିତ ଆଲୋଚନାଚକ୍ର
ାା ପ୍ରଭାନୁ୍ୟଜ ।ା ବାଙ୍କୀ: ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ନୂତନ ଶିକ୍ଷାନୀତି ୨୦୨୦ ଉପରେ ଏକ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଓଡ଼ିଶାର ସମସ୍ତ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ନୂତନ ଶିକ୍ଷାନୀତି ପ୍ରଚଳନ ହେବାକୁ ଯାଉଛି । କଲେଜ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସଭାପତିତ୍ୱ କରିବା ସହିତ ନୂତନ ଶିକ୍ଷାନୀତି ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ପରିଚାଳନା କମିଟିର ସଭାପତି ତଥା ଉଚ୍ଚଶିକ୍ଷା ପରିଷଦର ବରିଷ୍ଠ ସଦସ୍ୟ ଡକ୍ଟର ପ୍ରଦୀପ କୁମାର ବେହେରା ଯୋଗଦାନ କରି ଚଳିତ ବର୍ଷ ସ୍ନାତକ ଶ୍ରେଣୀରେ ନୂତନ ଶିକ୍ଷାନୀତି ପ୍ରଚଳନ ହେଉଥିବା ପରିପ୍ରେକ୍ଷୀରେ ଏହାର ସମସ୍ତ ଦିଗ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପିକା ଗାୟତ୍ରୀ ନାୟକ, ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ଡକ୍ଟର ଶଶୀଭୂଷଣ ମହାପାତ୍ର, ଡକ୍ଟର ଶ୍ରୀକାନ୍ତ ଦାଶ, ପ୍ରାଧ୍ୟାପିକା ମିନତୀ ଧିର୍, କ୍ୟାପଟେନ୍ ଗୁରୁବାରୀ ସାହୁ ପ୍ରମୁଖ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରିଥିଲେ ।