ଆଇଆଇଟି ପକ୍ଷରୁ ନୂତନ ପ୍ରୋଗ୍ରାମ୍ ଓ ପାଠ୍ୟକ୍ରମ ପ୍ରସ୍ତୁତି
ଜଟଣୀ : ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଧାରା ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଆଗାମୀ ଶିକ୍ଷାବର୍ଷ ପାଇଁ ଦୁଇଟି ନୂତନ କାର୍ଯ୍ୟକ୍ରମ ଏବଂ ଅନେକ ନୂତନ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏହିକ୍ରମରେ ଦୁଇଟି ପ୍ରମୁଖ ପାଠ୍ୟକ୍ରମ ହେଉଛି (କ) ବିଶେଷତଃ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଇଞ୍ଜିନିୟରମାନଙ୍କ ପାଇଁ "ଉନ୍ନତ ରକ୍ଷଣାବେକ୍ଷଣ ପ୍ରଯୁକ୍ତିବିଦ୍ୟା'ରେ ଆନ୍ତର୍ବିଭାଗୀୟ ମିଶ୍ରିତ-ମୋଡରେ ଏମ୍. ଟେକ୍. ଡିଗ୍ରୀ ପ୍ରୋଗ୍ରାମ୍ ଏବଂ (ଖ) ନିୟମିତ ଛାତ୍ରମାନଙ୍କ ପାଇଁ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନରେ ଏମ୍. ଟେକ୍. ଡିଗ୍ରୀ ପ୍ରୋଗ୍ରାମ୍ୟଶିଳ୍ପରେ ଯନ୍ତ୍ରପାତି ଏବଂ ସିଷ୍ଟମର ଠିକ୍ ସମୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ, ଉତ୍ପାଦକତା ଏବଂ ଗୁଣବତ୍ତାର ସ୍ଥିରତା ଓ ନିରନ୍ତରତା ପାଇଁ ·ବିକାଠି । ଏହି ନୂତନ ଏମ୍.ଟେକ୍. ପାଠ୍ୟକ୍ରମର ଲକ୍ଷ୍ୟ ହେଉଛି ଶିଳ୍ପରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା, ଯାହା ଦ୍ୱାରା ଶିଳ୍ପଗୁଡିକର ସ୍ଥିରତା ଏବଂ ଉତ୍ପାଦକତା ବୃଦ୍ଧିରେ ସହଯୋଗ ସହ ଶିଳ୍ପ-ଶିକ୍ଷାନୁଷ୍ଠାନ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ହେବ । ପାଠ୍ୟକ୍ରମକୁ ଅଧିକ ଆଧୁନିକ କରିବା ଉଦେ୍ଦଶ୍ୟରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଉଭୟ ସ୍ନାତକୋତ୍ତର ତଥା ରିସର୍ଚ୍ଚ ଛାତ୍ରଛାତ୍ରୀମାନଙ୍କ ପାଇଁ ଅର୍ଥନୀତିରେ ମାଇନର, ସଫ୍ଟୱେୟାର ଇଞ୍ଜିନିୟରିଂରେ ମାଇକ୍ରୋ ସ୍ପେସିଆଲିଜେସନ୍, ଉଦ୍ୟୋଗୀତା ପାଠ୍ୟକ୍ରମ ଏବଂ ଆଧୁନିକ ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ ନୂତନ ଇଲେକ୍ଟିଭ୍ ଭଳି ଅନେକ ନୂତନ ପାଠ୍ୟକ୍ରମ ପ୍ରବର୍ତ୍ତନ କରାଯାଇଛି ।