ଯୁଗଶକ୍ତି ଗାୟତ୍ରୀ ପରିବାର ପକ୍ଷରୁ ସାହିତ୍ୟ ସମ୍ମିଳନୀ
ଯାଜପୁର: ଯୁଗଶକ୍ତି ଗାୟତ୍ରୀ ପରିବାର ପକ୍ଷରୁ ସାହତ୍ୟ ସମ୍ମିଳନୀ ଓ ପୁସ୍ତମେଳା ଅନୁଷ୍ଠିତ ହୋଇଯାଇଛି । ପୀତବାସ ମିଶ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଅତିଥି ଭାବେ ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ଯୋଗ ଦେଇକହିଲେ ଯେ ସତ ସାହିତ୍ୟ ପଠନ କଲେ ଆତ୍ମିକ ଉନ୍ମେଷ ଘଟିଥାଏ । ଆଧ୍ୟାତ୍ମିକ ପୁସ୍ତକ ମନୁଷ୍ୟର ଜୀବନକୁ ସୁମହତ କରି ଗଢି ତୋଳିଥାଏ । ଡକ୍ଟର ଶ୍ରୀହରି ଧଳ ଯୋଗ ଦେଇ କହିଲେ ଯେ ସାହିତ୍ୟରେ ସୌନ୍ଦର୍ଯ୍ୟ ବୋଧଥାଏ, ମହାଭାରତ ଯୁଗରୁ ଭଗବତ ଗୀତା ଏକ ଉଚ୍ଚାଙ୍ଗ ସାହିତ୍ୟ ଭାବେ ସ୍ୱୀକୃତି ଲାଭ କରିଛି । ବ୍ୟକ୍ତି ଓ ସମାଜର ପରିବର୍ତ୍ତନରେ ସାହିତ୍ୟ ହିଁ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଛି । ସାହିତ୍ୟ ମାଧ୍ୟମରେ ମଣିଷ ଦିବ୍ୟ ଚେତନାର ଅଧିକାରୀ ହୋଇ ପାରିବ ବୋଲି ସେ କହିଥିଲେ । ଜିଲା ପ୍ରଭାରୀ ନିରଞ୍ଜନ ପୃଷ୍ଟି ପ୍ରାରମ୍ବିକ ସୂଚନା ଦେଇ କହିଲେ ଯେ ଶବ୍ଦ ବିଜ୍ଞାନକୁ ଅନୁଶୀଳନ କରି ଋଷିମାନେ ମନ୍ତ୍ର ବିଦ୍ୟା ଆବିଷ୍କାର କରିଥିଲେ । ଏହାକୁ ବାଣୀର ଶ୍ରେଷ୍ଠତମ ପ୍ରୟୋଗ ବୋଲି କୁହାଯାଇ ପାରେ । ଯେଉଁ ବ୍ୟକ୍ତି ବାଣୀର ସ୍ୱରୂପ ଏବଂ ଏହାର ଉପଯୋଗୀତା ବଷୟରେ ଜାଣିପାରନ୍ତି । ସେ ବାହାର ଜଗତରେ ସୁଖ ଏବଂ ଅନ୍ତରଜଗତରେ ଶାନ୍ତି ଲାଭ କରିବାରେ ସଫଳ ହୁଅନ୍ତି । ସତ ସାହିତ୍ୟ ପଠନ ଦ୍ୱାରା ମଣିଷର ବିଚାର ଦାରାର ପରିବର୍ତ୍ତନ ଘଟିଥାଏ । ଶେଷରେ ସଭାପତି ପୀତବାସ ମିଶ୍ର ଗାୟତ୍ରୀ ମନ୍ତ୍ରର ବୈ÷ଜ୍ଞାନିକ ଓ ତାତ୍ତ୍ୱିକ ବିଶ୍ଲେଷଣ କରି ଏହା କିପରି ମଣିଷର ଅନ୍ତରକୁ ଶୁଦ୍ଧ କରିଥାଏ ତାହା ଆଲୋକପାତ କରିଥିଲେ । ତହସିଲ ପ୍ରଭାରୀ ଶରତ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଆବାହକ ସନ୍ତୋଷ କୁମାର ଦାସ ଯୁଗ ସାହିତ୍ୟ ବିଦ୍ୟା ବିସ୍ତାର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ସଞ୍ଜୟ କୁମାର ନାୟକ ରମେଶ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନାରେ ସହ ଯୋଗ କରିଥିଲେ ।