ଆୟୋଷ ଆରୋଗ୍ୟ ମନ୍ଦିରର ଶିଳାନ୍ୟାସ

 ବାଲେଶ୍ୱର: ରେମୁଣା ନିର୍ବାଚନ ମଣ୍ଡଳୀର ତେନ୍ତୁଳିଦା ଏବଂ ମଙ୍ଗଳପୁର ପଞ୍ଚାୟତରେ ଆୟୋଷ୍ ଆରୋଗ୍ୟ ମନ୍ଦିର ସବ୍ ସେଣ୍ଟରର ଶିଳାନ୍ୟାସ ହୋଇଯାଇଛି । ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଉକ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ରେମୁଣା ବିଜ୍ଞାପିତ ଅଞ୍ଚଳର ଅସ୍ତପୁର ଠାରେ କେନ୍ଦ୍ର ସରକାରଙ୍କ ୧୦ କୋଟି ୪୫ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ୬୦ ଶଯ୍ୟା ବିଶିଷ୍ଟ ଆୟୋଷ୍ ଡାକ୍ତରଖାନାର ଶୁଭ ଶିଳାନ୍ୟାସ ମଧ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ରେମୁଣା ଉମାକାନ୍ତ ପଣ୍ଡା, ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ନାରାୟଣ ମହନ୍ତ, ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, କାହ୍ନୁଚରଣ ବେହେରା, ମହେଶ୍ୱର ପ୍ରଧାନ, ତେନ୍ତୁଳିଦା ପଞ୍ଚାୟତ ସମିତି ସଭ୍ୟ ସୁଶାନ୍ତ ପଟ୍ଟନାୟକ, ସରପଞ୍ଚ ସଞ୍ଜୀବ କୁମାର କର, ଅନାଦି ପଣ୍ଡା, ଅରବିନ୍ଦ ପାତ୍ର, ଅଭିଜିତ ପଣ୍ଡା, ଜିତୁ ପାଣିଗ୍ରାହୀ, ଦୀନବନ୍ଧୁ ନାୟକ, ଚନ୍ଦ୍ରକାନ୍ତ ସାହୁ, ବିରେନ୍ଦ୍ର ଦାସ, ଅଭିରାମ ଦାସ, ଭାଗ୍ୟବାନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।