ବାବା ଶନିଶ୍ଚରଙ୍କ ବାର୍ଷିକ ଉତ୍ସବ ରାଛିପୁର ଓ ଝାଟିଆସାହିରେ ଶ୍ରଦ୍ଧାଳୁଙ୍କ ଭିଡ଼
ବ୍ୟାସନଗର,: ଗ୍ରହରାଜ ବାବା ଶନିଦେବଙ୍କ ଆଜି ଥିଲା ପୁରନ୍ତାପାଳି ବା ବାର୍ଷିକ ଉସôବ । ଯାଜପୁରର ଅନ୍ୟତମ ପ୍ରସିଦ୍ଧିସ୍ଥାନ ରାଛିପୁରରେ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ଶନିଦେବଙ୍କୁ ପୂଜାର୍ଚ୍ଚନା କରିଥିବା ବେଳେ ମାନସିକଧାରୀ ଶନିଦେବଙ୍କୁ ଶାନ୍ତି କରିବାକୁ ପାଣି ଢାଳିଥିଲେ । ଲମ୍ବାଲାଇନରେ ଶ୍ରଦ୍ଧାଳୁ ପୋଖରୀରୁ କଳସପାଣି ଆଣି ଢାଳିବାର ଦୃଶ୍ୟ ଏକ ଭକ୍ତିଭାବ ସୃଷ୍ଟି କରିଥିଲା । ରାଛିପୁର ଶନି ଦେବଙ୍କ ପୀଠରେ ୭୫ ତମ ଯଜେ୍ଞାସôବ ପାଳିତ ହୋଇଛି । ବ୍ରାହ୍ମଣଙ୍କ ମନ୍ତ୍ର ଉଚାରଣରେ ଯଜ୍ଞଉସôବର ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିବା ବେଳେ ଦୂରଦୂରାନ୍ତରୁ ହଜାରହଜାର ସଂଖ୍ୟାର ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ବାବାଙ୍କ ଦର୍ଶନ କରିଥିଲେ । କମିଟିର ସଭାପତି ରାଜକିଶୋର ସାହୁ, ଅଭୟ ଜେନା, ତପନ ସାହୁ, କୁଳମଣି ସାହୁ, ସନ୍ତୋଷ ସାହୁ, ଦୀପକ ସାହୁ, ଅଜୟ ସାହୁଙ୍କ ସମେତ ଗ୍ରାମବାସୀ ଶାନ୍ତିଶୃଙ୍ଖଳା ସହ ପୂଜାକାର୍ଯ୍ୟ ସଂପାଦନରେ ସହଯୋଗ କରିଥିବା ବେଳେ ଯାଜପୁର ରୋଡ଼ ପୁଲିସ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା । ପୂଜକ ଦୁର୍ଯେ୍ୟାଦନ ପାଢୀ, ପୂଜାକର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଦାୟିତ୍ୱ ବାଇଧର ସାହୁ ତୁଲାଇଥିଲେ । ସେହିପରି ବ୍ୟାସନଗର ପୌରାଞ୍ଚଳ ଝାଟିଆସାହି ଶନିଦେବଙ୍କ ଯଜ୍ଞ ଉସôବ ଓ ୧୫ତମ ପ୍ରତିଷ୍ଠା ଉସôବ ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ କଳସ ଶୋଭାଯାତା କରାଯାଇଥିଲା । ସଂକର୍ତ୍ତନ ମଣ୍ଡଳୀଙ୍କ ସହ ମହିଳା ନଟପଦା ପୋଖରୀରୁ ଜଳ ଧାରଣ କରି ମନ୍ଦିର ନିକଟରେ ପହଞ୍ଚିଲେ । ଅଧିବାସ ପରେ ଅଙ୍କୁର ରୋପଣ, ସୂର୍ଯ୍ୟପୂଜା ସହ ଯଜ୍ଞ ଆରମ୍ଭ ହୋଇଥିଲା । ଆଜି ସକାଳେ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ବାବାଙ୍କ ପୀଠରେ ପହଞ୍ଚି ଲମ୍ବାଧାଡ଼ି କରି ଜଳ ଢାଳିବା ପରେ ଶନିଦେବଙ୍କ ଦର୍ଶନ କରିଥିଲେ । ଆୟୋଜକଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖେଚୁଡ଼ି ଭୋଗ ସହ ଦହି ସର୍ବତ ତରଭୂତ ପ୍ରଭୂତି ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ସମୟରେ ଯଜ୍ଞ ଉସôବର ପୂର୍ଣ୍ଣାହୂତି ଦିଆଯାଇଥିବା ବେଳେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଆଜି ଠାରୁ ପାଞ୍ଚଦିନ ଧରି ବାଦିପାଲା ସହ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ରହିଛି । କର୍ତ୍ତା ଶୁକଦେବ ରାଉତ୍, କର୍ତ୍ତୀ ଜାନକୀ ରାଉତ୍ କାର୍ଯ୍ୟ ତୁଲାଇଥିବା ବେଳେ ପୂୂଜକ ଭରତ ପତି, ବିଭୂଦେନ୍ଦ୍ର ପାଢୀ, ଦିନବନ୍ଧୁ ଦାସ ପୂଜାକାର୍ଯ୍ୟ ସଂପାଦନ କରିଥିଲେ । ମନୋଜ ରାଉତ, ପ୍ରଭାତ ବଳ, ପଦ୍ମନାଭ ନାୟକ, ଉମେଶ ରାଉତ, ପ୍ରମୋଦ ନାୟକ, କୈଳାସ ରାଉତ୍, କାର୍ତ୍ତିକ ବିଶ୍ୱାଳ, ଶ୍ରୀକାନ୍ତ ବଳ, ରାଜକିଶୋର ପ୍ରଧାନ, ଅମୂଲ ବାରିକ, ବଟକୃଷ୍ଣ ବଳ, ସନାତନ ନାୟକ, ଅନୀଲ ପ୍ରଧାନ, ରଂଜନ ନାୟକ, ଉମେଶ ରାଉତ୍, ଗୌରହରୀ ଦାସ, କିଶୋର ରାଉତ୍, ଅଶୋକ ରାଉତ, କାହ୍ନୁ ଚରଣ ବିଶ୍ୱାଳ,