ଟାଟା ଷ୍ଟିଲ୍ ପକ୍ଷରୁ ‘ସାପ ଆମର ବନ୍ଧୁ’ କାର୍ଯ୍ୟକ୍ରମ
ାା ପ୍ରଭାନୁ୍ୟଜ ।ା କାଳିଆପାଣି : ଟାଟା ଷ୍ଟିଲର ଫେରୋ ଆଲଏଜ୍ ଓ ମିନେରାଲସ୍ ଡିଭିଜନ ପକ୍ଷରୁ ସାପ ଆମର ବନ୍ଧୁ କାର୍ଯ୍ୟକ୍ରମ ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ଆୟୋଜିତ ହୋଇଯାଇଛି । ୨୦୧୬ ମସିହା ପରଠାରୁ ଆୟୋଜିତ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମରେ ସାପମାନଙ୍କର ପରିବେଶଗତ ମହତ୍ତ୍ୱ ଓ ଏକ ସନ୍ତୁଳିତ ପରିବେଶକୁ ବଜାୟ ରଖିବାରେ ସେମାନଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମରେ ସାପ ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିବା ବେଳେ ଜଙ୍ଗଲରେ କିମ୍ୱା ବାସସ୍ଥାନ ଆଖପାଖରେ ସାପ ସହ ମୁହାଁମୁହିଁ ହେଲେ କ’ଣ ପଦକ୍ଷେପ ଗ୍ରହଣ କରିବାକୁ ହେବ ସେବିଷୟରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ଭୁବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ ‘ସ୍ନେକ୍ ହେଲ୍ପଲାଇନ୍’ ସହଯୋଗିତାରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କମ୍ପାନିର କର୍ମଚାରୀ,ପରିବାର ସଦସ୍ୟ, ସଫେଇ, ଉଦ୍ୟାନ କୃଷି ଓ ନିରାପତା ବିଭାଗର ଆଗଧାଡ଼ିର କର୍ମୀ ଏବଂ ଆଶା ଓ ଅଙ୍ଗନୱାଡ଼ି କର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ସଦସ୍ୟ, ସ୍ଥାନୀୟ ଚାଷୀ, ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ, ସ୍କୁଲ୍ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଓଡ଼ିଶାର ସର୍ପ ମାନବ ଭାବେ ପରିଚିତ ତଥା ସ୍ନେକ୍ ହେଲ୍ପଲାଇନ୍ର ସାଧାରଣ ସମ୍ପାଦକ ଓ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ ଅଂଶଗ୍ରହଣକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସାପକୁ ନେଇ ଲୋକମାନଙ୍କ ମଧ୍ୟରେ ଯେଉଁ ମିଥ୍ୟା ଓ ଭ୍ରାନ୍ତଧାରଣା ରହିଛି ତାହାକୁ ସେ ଦୂର କରିବା ସହିତ ପ୍ରାକୃତିକ ପରିବେଶ ପ୍ରତି ସାପମାନଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ଉପରେ ସେ ଆଲୋକପାତ କରିଥିଲେ । ସାପ ସହ ହଠାତ ମୁହାଁମୁହିଁ ହୋଇଗଲେ କ’ଣ କରିବେ, ପେସାଦାର ସାପ ଧରାଳିଙ୍କ ସହାୟତା ନେବାର ଗୁରୁତ୍ୱ ଏବଂ ସାପ ଦେଖିବା ମାତ୍ରେ ସେ ବିଷୟରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାର ଲାଭ ବିଷୟରେ ସେ ଆଲୋଚନା କରିଥିଲେ । ଫେରୋ ଆଲଏଜ୍ ଓ ମିନେରାଲସ୍ ଡିଭିଜନର ଏକ୍ଜୁକୁ୍ୟଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, "ପ୍ରକୃତି ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଢ଼ି ତୋଳିବାରେ ଆମେ ସର୍ବଦା ବିଶ୍ୱାସ କରି ଆସିଛୁ । କାର୍ଯ୍ୟକ୍ରମରେ ଏଫ୍ଏଏମଡି ଖଣି ମୁଖ୍ୟ ଶମ୍ଭୁନାଥ ଝା, ସୁକିନ୍ଦା ଖଣି ମୁଖ୍ୟ ଦେବରାଜ ତିୱାରି, ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର, ଟାଟାଷ୍ଟିଲ ଫାଉଣ୍ଡେସନ ସୁକିନ୍ଦା ୟୁନିଟ୍ ମୁଖ୍ୟ ଡ.ଜୟନ୍ତ ତ୍ରିପାଠୀ, ବରିଷ୍ଠ ଆଞ୍ଚଳିକ ପ୍ରବନ୍ଧକ (ନିରାପତା) ଅଞ୍ଜନା ତିୱାରି, ପ୍ରଶାସନିକ ସହପ୍ରବନ୍ଧକ ନିଶାନ ମହାନ୍ତିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।