ୟୁଜିସି-ନେଟ୍ ୨୦୨୪ ପରୀକ୍ଷା ବାତିଲ ସିବିଆଇ କରିବ ତଦନ୍ତ

ୟୁଜିସି-ନେଟ୍ ୨୦୨୪ ପରୀକ୍ଷା ବାତିଲ ସିବିଆଇ କରିବ ତଦନ୍ତ


ଭୁବନେଶ୍ୱର: ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ  ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରାଯାଇଛି  । ପୁନଃ ପରୀକ୍ଷା ନେଇ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ  । ଏଥିସହିତ ଏହି ଘଟଣାର ତଦନ୍ତ ନିମନ୍ତେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି  । ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି  । ସୂଚନାଯୋଗ୍ୟ ଏନ୍ଟିଏ ପକ୍ଷରୁ ଓଏମ୍ଆର୍ ସିଟ୍ରେ ଜୁନ୍ ୧୮ ତାରିଖରେ ଏହି ପରୀକ୍ଷା କରାଯାଇଥିଲା  । ମାତ୍ର ଜୁନ୍ ୧୯ ତାରିଖରେ ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ ଆନାଲିଟିକ୍ସ ୟୁନିଟ୍ ପକ୍ଷରୁ ଏହି ପରୀକ୍ଷାରେ କେତେକ ଅନିୟମିତତା ନେଇ ୟୁଜିସିକୁ ଅବଗତ କରାଯାଇଥିଲା  । ପ୍ରାରମ୍ଭିକ ପ୍ରମାଣ ଅନୁଯାୟୀ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ବାତିଲ କରାଯାଇଛି  ।