ଆନ୍ଧ୍ର ଫର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ , ୧୭ ମୃତ, ୪୧ ଆହତ
ାା ଏଜେନ୍ସି ।ା ଅମରାବତୀ: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଏସେନ୍ସିଆ ଔଷଧ ତିଆରି କମ୍ପାନୀରେ ଆଜି ଭୟଙ୍କର ବିସ୍ଫୋରଣ ଘଟି ୧୭ ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ୪୧ଜଣ ଆହତ ହୋଇଛନ୍ତି । ଏନେଇ ଅନାକାପଲ୍ଲେ ଏସପି ଦୀପିକା ପାଟିଲ ସୂଚନା ଦେଇଛନ୍ତି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଥିବା ଏସପି କହିଛନ୍ତି । ସେ କହିଛନ୍ତି ଯେ, ବିଲ୍ଡିଂରେ ଥିବା ରିଆକ୍ଟର ସାଇଟରେ ବିସ୍ଫୋରଣ ଘଟିଛି । କିନ୍ତୁ ରିଆକ୍ଟର କାରଣରୁ ଯେ ବିସ୍ଫୋରଣ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ କି ପ୍ରକୃତରେ ଅଗ୍ନିକାଣ୍ଡର କାରଣ କଣ ଜଣାପଡିନାହିଁ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିବା ଏସପି ପାଟିଲ କହିଛନ୍ତି । ସେପଟେ ଆହତମାନଙ୍କୁ ଅନାକାପଲ୍ଲେ ଏନଟିଆର ହସ୍ପିଟାଲ ଏବଂ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ, ଅଗ୍ନିଶମବାହିନୀ କର୍ମଚାରୀ ଓ ଏନଡିଆରଏଫ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି ।
ଆଜି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଅଚୁ୍ୟତପୁରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏସେନ୍ସିଆ ଫାର୍ମା କମ୍ପାନୀରେ ଏହି ବିସ୍ଫୋରଣ ଘଟିଥିଲା । ଏହି କମ୍ପାନୀରେ ଦୁଇ ସିପ୍ଟରେ ୩୮୦ ଜଣ କର୍ମଚାରୀ କାମ କରନ୍ତି । ତେବେ ମଧ୍ୟାହ୍ନ ଭୋଜନ ସମୟରେ ଏହି ବିସ୍ଫୋରଣ ଘଟିଥିବାରୁ ବହୁ କର୍ମଚାରୀଙ୍କ ଜୀବନ ବଞ୍ଚô ଯାଇଛି । ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାପାଳ ଓ ପୁଲିସ ଅଧିକାରୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ ଉକ୍ତ ଅଞ୍ଚଳ ଗସ୍ତ କରିବେ ବୋଲି ଜଣାପଡିଛି ।