ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଯାଜପୁର: ରବିଋତୁ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅତିରିକ୍ତ ଜିଲାପାଳ ସାଧାରଣ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରଶ୍ମିରେଖା ପ୍ରଧାନ, ଜିଲ୍ଲାକୃଷି ଅଧିକାରୀ ଉଦିପ୍ତ କୁମାର ତ୍ରିପାଠୀ, ସିଏସଓ ସଲାଉଡ଼ିନ ଖାଁ ଯୋଗଦେଇ ରବିରୁତୁ ପାଇଁ ଯାଜପୁର ଜିଲ୍ଲାରେ ଧାନ ସଂଗ୍ରହ ନିମନ୍ତେ ବିଭିନ୍ନ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲ୍ଲାରେ ଆସନ୍ତା ମାସ ୨୨ତାରିଖରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ୧୫ ଗୋଟି ପ୍ୟକ୍ସ ଏବଂ ୧୫ ଗୋଟି ମହିଳା ସୋୟଙ୍ଗ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା ୧୪୭୦ ଜଣ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ । ସାଧାରଣ ମାନର ଧାନ କୁଇଣ୍ଟାଲ ପିଛା ୨୧୮୩ଟଙ୍କା ଓ ଗ୍ରେଡ ଏ ଧାନର ମୂଲ୍ୟ ୨୨୦୩ଟଙ୍କା ସ୍ଥିର କରାଯାଇଛି ।୨୦୨୩ -୨୦୨୪ ବର୍ଷରେ ମୋଟ ୩୭୯୧ ଚାଷୀ ଅନଲାଇନରେ ନାମ ପଞ୍ଜିକରଣ କହିଛନ୍ତି । ରବିଋତୁରେ ଧାନ ଚାଷ ୪୩୭୩ ହେକ୍ଟର ଜମିରେ ଧାନଚାଷ ହେବାକୁ ଆକଳନ କରାଯାଇଥିବା ବେଳେ ୧୮୩୩୫୦.୧୪ କୁଇଣ୍ଟାଲ ଧାନ ଅମଳ ହେବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ସମସ୍ତ ପ୍ୟାକ୍ସ ଧାନ କ୍ରୟ କେନ୍ଦ୍ରରେ ଯେଭଳି ପାନୀୟ ଜଳ ସହ ସମସ୍ତ ଆନୁସାଙ୍ଗିକ ସାଧନା ଆର ଏମ ସି ପକ୍ଷରୁ ଯୋଗାଇ ଦିଆଯିବ ସେଥି ପ୍ରତି ଯନôବାନ ହେବାକୁ ନିଦେ୍ର୍ଦଶ ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ପ୍ୟାକ୍ସ୍ କର୍ମକର୍ତ୍ତା ଏବଂ ମିଲର ଉପସ୍ଥିତ ଥିଲେ ।