ସ୍ଥାନୀୟ ଅଞ୍ଚଳ ସଫେଇ କଲେ ଟାଟା ଷ୍ଟିଲ କର୍ମଚାରୀ


 କଳିଙ୍ଗନଗର,: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଟାଟା ଷ୍ଟିଲ କଳିଙ୍ଗନଗର କର୍ମଚାରୀ କଳିଙ୍ଗନଗର ସ୍ଥିତ କାରଖାନା ପରିସରରେ ସ୍ଥାନୀୟ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରିଛନ୍ତି । ଟିଏସକେର ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ସଫେଇ ଅଭିଯାନରେ ଡୁବୁରିସ୍ଥିତ ଶିବ ମନ୍ଦିର ପରିସର ତଥା ପ୍ଲାଣ୍ଟ ଗେଟ୍ ନିକଟ ବଜାର ଅଞ୍ଚଳରେ ଟିଏସକେ କର୍ମଚାରୀ ସଫେଇ କାର୍ଯ୍ୟ କରିଥିଲେ । ସ୍ୱଚ୍ଛତା ଅଭିଯାନ ସମୟରେ କର୍ମଚାରୀ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିବା ସହ ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱାରୋପ କରିବା ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ । ପରିବେଶ ଏବଂ ସମ୍ପ୍ରଦାୟ ପ୍ରତି ଟାଟାଷ୍ଟିଲର ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ସ୍ୱଚ୍ଛତା ଅଭିଯାନ । ଟାଟା ଦୀର୍ଘସ୍ଥାୟୀତା ମାସ ପାଳନର ଏକ ଅଂଶ ଭାବରେ ଜୁନ୍ ୨୦୨୪ରେ ସମାନ ଅଭିଯାନ ଏବଂ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ଯୋଜନା କରାଯାଇଛି ।