ଟିପିଏନ୍ଓଡିଏଲ୍ ପକ୍ଷରୁ ମିସଡ୍ କଲ୍ ଜରିଆରେ ଅଭିଯୋଗ ପଞ୍ଜିକରଣ ଶୁଭାରମ୍ଭ
ଯାଜପୁର : ଗ୍ରାହକ ସେବାରେ ଉନ୍ନତି ଆଣିବା ଓ ବିଦୁ୍ୟତ ସେବା ବ୍ୟାହତ ବିଷୟରେ ସୂଚନା ପ୍ରକ୍ରି୍ରୟାର ସରଳିକରଣ କରିବା ଲାଗି ଟିପିଏନ୍ଓଡିଏଲ୍ ପକ୍ଷରୁ ନୂଆ ମିସଡ୍ କଲ୍ ଅଭିଯୋଗ ପଞ୍ଜିକରଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଯାହା ଗ୍ରାହକମାନଙ୍କୁ ଅତ୍ୟାବଶ୍ୟକୀୟ ସେବା ସମ୍ପର୍କିତ ସୂଚନା ପାଇବା ସହଜ କରିଛି । ତକ୍ରାଳ ଓ ସ୍ୱୟଂକ୍ରିୟ ପ୍ରତିକ୍ରିୟା ପ୍ରଦାନ କରି ଗ୍ରାହକଙ୍କ ପ୍ରତୀକ୍ଷା ସମୟକୁ ଦୂର କରିବା ଲାଗି ଏହି ମିସଡ୍କଲ୍ ସେବାକୁ ପ୍ରସ୍ତୁତ କରାଯାଇଛି । ଶୁଭାରମ୍ଭ ହୋଇଥିବା ଏହି ସେବାରେ ଗ୍ରାହକମାନେ ନିଜ ପଞ୍ଜିକୃତ ମୋବାଇଲ୍ ନମ୍ବରରୁ ୯୭୭୭୭୭୪୭୮୭ ନମ୍ବରକୁ ମିସଡ୍ କଲ୍ କରି ବିଦୁ୍ୟତସେବାବ୍ୟାହତର ବିବରଣୀ ପାଇପାରିବେ କିମ୍ବା ଅଭିଯୋଗ ଦାଖଲ କରିପାରିବେ । ଏହି ନମ୍ବରକୁ କଲ୍ କଲେ ତାହା ଆପେ କଟିଯିବ ଏବଂ ସିଷ୍ଟମ୍ରୁ ସୃଷ୍ଟି ହୋଇଥିବା ଏକ ମେସେଜ୍ ଗ୍ରାହକଙ୍କ ପାଖରେ ପହଞ୍ଚିବ । ସାଧାରଣ ବିଦୁ୍ୟତ ସେବାବ୍ୟାହତ ସମ୍ପର୍କିତ କଲ୍ ହୋଇଥିଲେ ଗ୍ରାହକମାନେ ମେସେଜ୍ରେ ବ୍ୟାହତର କାରଣ ବିବରଣୀ ଓ ସମ୍ଭାବ୍ୟ ପୁନରୁଦ୍ଧାର ସମୟର ସୂଚନା ପାଇପାରିବେ । ବ୍ୟକ୍ତିଗତ ଅଭିଯୋଗ ଲାଗି ଗ୍ରାହକଙ୍କ ପାଖରେ ଅଭିଯୋଗ ନମ୍ବର ସହ ଏକ ସ୍ୱଷ୍ଟ ବାର୍ତ୍ତା ପହଞ୍ଚିବ । ଗୋଟିଏ ମୋବାଇଲ ନମ୍ବରରେ ଏକାଧିକ ଆକାଉଣ୍ଟ ପଞ୍ଜିକୃତ ଥିବା ଗ୍ରାହକମାନଙ୍କୁ ଅଧିକ ବିବରଣୀ ମାଇଁ ଟାଟା ପାୱାର ଆପ୍ କିମ୍ବା ଦିଆଯାଇଥିବା ଦେୟମୁକ୍ତ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯିବ । ଯେଉଁ ନମ୍ବର ପଞ୍ଜିକୃତ ହୋଇନାହିଁ ସେମାନଙ୍କୁ ଆପ୍ କିମ୍ବା ଟିପିଏନ୍ଓଡିଏଲ୍ର ହେଲ୍ପଲାଇନ୍ ଜରିଆରେ ପଞ୍ଜିକରଣ କରିବାକୁ ନିଦେ୍ର୍ଦଶ ଦିଆଯିବ ।ଏସମ୍ପର୍କରେ ଟିପିଏନ୍ଓଡିଏଲ୍ର ସିଇଓ ଦ୍ୱିଜଦାସ ବସକ କହିଛନ୍ତି ଯେ, ମିସଡ୍ କଲ୍ ଅଭିଯୋଗ ପଞ୍ଜିକରଣ ବ୍ୟବସ୍ଥାର ଶୁଭାରମ୍ଭ ଗ୍ରାହକଙ୍କ୍ ସହ ଭାବ ବିନିମୟକୁ ସରଳ ଓ ଅଧିକ ପ୍ରଭାବଶାଳୀ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ଗୋଟିଏ ମିସଡ୍ କଲ୍ ଜରିଆରେ ବାସ୍ତବ ସମୟ ସୂଚନା ପ୍ରଦାନ କରି ଆମେ ଗ୍ରାହକମାନଙ୍କୁ ଅତ୍ୟାବଶ୍ୟକ ସେବାକୁ ସହଜରେ ଓ ଶୀଘ୍ର ହାସଲ କରିବା ସୁବିଧା ପ୍ରଦାନ କରୁଛୁ । ବିଭିନ୍ନ ଯୋଗାଯୋଗ ଚ୍ୟାନେଲ୍ ମାଧ୍ୟମରେ ନିଜ ଉପସ୍ଥିତିର ସମ୍ପ୍ରସାରଣ କରିବାକୁ ଟିପିଏନ୍ଓଡିଏଲ୍ ପ୍ରତିବଦ୍ଧ ରହିଛି । ଅଧିକ ବିବରଣୀ ଲାଗି ଗ୍ରାହକମାନେ ମାଇଁ ଟାଟା ପାୱାର ଆପ୍ କିମ୍ବା ଦେୟମୁକ୍ତ ନମ୍ବର୧୯୧୨ ଓ ୧୮୦୦-୩୪୫-୬୭୧୮କୁ ବ୍ୟବହାର କରିପାରିବେ । ଏହା ଗ୍ରାହକମାନଙ୍କୁ କଲ ସେଣ୍ଟରକୁ କଲ୍ କରିବା ବ୍ୟତିତ ଏକ ସୁବିଧାଜନକ ବିକଳ୍ପ ପ୍ରଦାନ କରିବ । ଅଭିଯାନ କଲ୍ ସେଣ୍ଟରକୁ ଆସୁଥିବା କଲ୍ ସଂଖ୍ୟା କମ୍ କରାଇ ଏଜେଣ୍ଟମାନଙ୍କୁ ଗ୍ରାହକମାନଙ୍କ ଜଟିଳ ସମସ୍ୟାଗୁଡ଼ିକର ଅଧିକ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ଉପରେ ଧ୍ୟାନଦେବାରେ ସକ୍ଷମ କରିବ । ଗ୍ରାହକମାନେ ଏହି ସେବାକୁ ଚବିଶ ଘଣ୍ଟା ଯେକୌଣସି ସମୟରେ ହାସଲ କରିପାରିବେ । ଏକ ଭରସାଯୋଗ୍ୟ ବିଦୁ୍ୟତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅଭିନବ ସମାଧାନ ପ୍ରଦାନ କରିବାକୁ ଟିପିଏନ୍ଓଡିଏଲ୍ ପ୍ରତିବଦ୍ଧ ରହିଥିବା କୁହାଯାଇଛି ।