ଅଜଣା ଗାଡି ଧକ୍କାରେ ଲୋକୋ ପାଇଲଟଙ୍କ ମୃତୁ୍ୟ
ଜାରକା,: ଶୁକ୍ରବାର ସକାଳେ ଧର୍ମଶାଳା ଥାନା ଅନ୍ତର୍ଗତ କୁମାରୀ ପଞ୍ଚାୟତ ଦେଉଳି ଗାଁ ନିକଟ ଏନ୍ଏଚ୍-୧୬ସର୍ଭିସ୍ ରୋଡରେ ଅଜଣା ଗାଡି ଧକ୍କାରେ ବ୍ୟାସନଗର ପୌରାଞ୍ଚଳର ଲୋକୋ ପାଇଲଟ ବିଶ୍ୱଜିତ୍ ଜେନା (୩୮)ଙ୍କ ମୃତୁ୍ୟ ଘଟିଛି । ବିଶ୍ୱଜିତଙ୍କ ଘର ବ୍ୟାସନଗର ପୌରାଞ୍ଚଳ ମିଟୁଆଣି ଗଡ଼ିଆ ହୋଇଥିବା ବେଳେ ସେ ଶରତ ଜେନାଙ୍କ ବଡ଼ପୁଅ ବୋଲି ଜଣାପଡିଛି । ମୃତ ବିଶ୍ୱଜିତ(ବାବୁଲା) ରେଲୱେର ଲୋକୋ ପାଇଲଟ ଭାବେ ପାରାଦୀପରେ କାର୍ଯ୍ୟରତ ଥିଲେ । ଆଜି ପାରାଦୀପରୁ ଭୋଟ ଦେବା ପାଇଁ ଘରକୁ ଆସୁଥିବା ବେଳେ ଜାରକା ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ତାର ମୃତୁ୍ୟ ଘଟିଛି । ବିଶ୍ୱଜିତଙ୍କ ଦେହାନ୍ତରେ ସାଙ୍ଗ ସାଥି ଓ ପରିବାର ବର୍ଗ ମଧ୍ୟରେ ଶୋକାକୁଳ ପରିବେଶ ସ୍ରୁଷ୍ଟି ହୋଇଛି ।