ଆନନ୍ଦପୁର ମହାବିଦ୍ୟାଳୟ ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ


 ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟ ଚଳିତ ବର୍ଷ ତାର ହୀରକ ଜୟନ୍ତୀ ସମାରୋହ ପାଳନ କରିବାକୁ ଯାଉଛି । ଏନେଇ ଜୟନ୍ତୀ କମିଟିର ବୈଠକ ବାରମ୍ବାର ହେବାରେ ଲାଗିଛି । ଆଜି କମିଟି ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱ ଓ ସମ୍ପାଦକ ନିରାକାର ଦଳେଇଙ୍କ ସଂଯୋଜନାରେ କଲେଜ ପରିସରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ହୀରକ ଜୟନ୍ତୀ ସମାରୋହ ପାଇଁ ଆଲୋଚନା କରାଯାଇଥିବା ସଭାପତି ଶ୍ରୀ ସାହୁ ସୂଚନା ଦେଇଥିଲେ । ବୈଠକରେ ହୀରକ ଜୟନ୍ତୀ ପାଇଁ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିବା ବେଳେ କମିଟିର ମୁଖ୍ୟ ଭାବେ ବିଧାୟକ ଅଭିମନୁ୍ୟ ସେଠୀଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ସେହିପରି ଉପଜିଲ୍ଲାପାଳଙ୍କୁ କମିଟିର ଆବାହକ, ମହାବିଦ୍ୟାଳୟ ଅଧକ୍ଷଙ୍କୁ ଜୟନ୍ତୀର ଆବାହକ ଭାବେ ମନୋନୀତ କରାଯାଇଛି । ଆଗାମୀ କମିଟି କାର୍ଯ୍ୟପନ୍ଥା ନିମନ୍ତେ ଆସନ୍ତା ୨୫ତାରିଖ ଦିନ ମହାବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେବାକୁ ନିଷ୍ପତି ନିଆଯାଇଛି. ଅପରପକ୍ଷେ ଆନନ୍ଦପୁରର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସ୍ୱାଭିମାନର ପ୍ରତୀକ ହୀରକ ଜୟନ୍ତୀକୁ ଭଣ୍ଡୁର କରିବାକୁ ଏବଂ ମହାବିଦ୍ୟାଳୟର ଅଧକ୍ଷ୍ୟଙ୍କୁ ବାରମ୍ବାର ଅପମାନିତ କରି କହୁଥିବା ଘଟଣାକୁ ବୈଠକରେ ନିନ୍ଦା କରାଯାଇଥିଲା । ବୈଠକରେ କଲେଜର ଅଧ୍ୟକ୍ଷ ନାରାୟଣ ମିଶ୍ର, ଦୁର୍ଗାଚରଣ ଦଳେଇ, ବାଇଧର ସେଠୀ, ତନୁସ ବାରିକ, ବିନୋଦ ବିହାରୀ ମିଶ୍ର ରାମଚନ୍ଦ୍ର ସୁର, ଉମାକାନ୍ତ ନାୟକ, ସୁଶୀଲ ହୋତା, ଦେବ ରଞ୍ଜନ ସାହୁ, ଶତ୍ରୁଘ୍ନ ସାହୁ, ସନ୍ତୋଷ ରାଉତ, ଜ୍ୟୋତି ରଞ୍ଜନ ଯେନାଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।