ଆଣ୍ଠୁଏ ପାଣିରେ ବୁଡି ଜଣେ ମୃତ
।ା ପ୍ରଭାନୁ୍ୟଜ ।ା ଟମକା: ସ୍ଥାନୀୟ ଥାନା ଅନ୍ତର୍ଗତ କିଆଝର ପଞ୍ଚାୟତ ବୁରୁଡ଼ି ସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଗଣ୍ଡାନାଳକୁ ଗାଧୋଇବାକୁ ଯାଇ ଆଣ୍ଠୁଏ ପାଣିରେ ବୁଡ଼ି ଟମକାର କାମ ମୁର୍ମୁ (୪୫)ଙ୍କ ମୃତୁ୍ୟ ଘଟିଛି । ମିଳିଥିବା ଖବର ମୁତାବକ କାମ ଶନିବାର ସସକାଳ ୮ଘ. ସମୟରେ ଗଣ୍ଡାନାଳକୁ ଗାଧୋଇ ଯାଇଥିଲେ । ବହୁ ସମୟ ପରେ ସେ ଘରକୁ ନଫେରିବାରୁ ଖୋଜାଖୋଜି ହେଉଥିବା ବେଳେ ସେ ଉକ୍ତ ନାଳ ପାଣିରେ ମୁହଁ ମାଡି ପଡ଼ିଥିବା କିଛି ଲୋକ ଦେଖି ଗ୍ରାମକୁ ଖବର ଦେଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ପୁଲିସକୁ ଜଣାଇଥିଲେ । ପୁଲିସ ପହଁଚି ଗ୍ରାମବାସୀଙ୍କ ସାହାର୍ଯ୍ୟରେ କାମଙ୍କୁ ପାଣିରୁ ବାହାରକୁ ଆଣିଥିବା ବେଳେ ତାଙ୍କର ମୃତୁ୍ୟ ଘଟିଥିବା ଜଣାପଡ଼ିଥିଲା । ପରେ ପରିବାର ତରଫରୁ ଲିଖିତ ଏତଲା ଦେବା ପରେ ପୁଲିସ ଏକ ଅପ ମୃତୁ୍ୟ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ପାଇଁ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।