ସୁକିନ୍ଦା ସାହିତ୍ୟ ସମାଜର ବିଷୁବ ମିଳନ
ସୁକିନ୍ଦା: ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ବିଷୁବ ମିଳନସମାରୋହ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସମାଜର ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ପୌରହିତ୍ୟରେ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ସୁକିନ୍ଦା ରାଜା ସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ । ଅତିଥି ରୂପେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରାବନ୍ଧିକ ପ୍ରଫେସର ଧନେଶ୍ୱର ସାହୁ ଯୋଗଦେଇ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ବକ୍ତା ରୂପେ ଝାଡେଶ୍ୱର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ବିଷୁବ ସଂକ୍ରାନ୍ତିର ତାତ୍ପର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ । ସଂଗଠନ ପକ୍ଷରୁ ଅଜୟ କୁମାର ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ହିମାଂଶୁ ଶେଖର ଦ୍ୱିବେଦୀ ସଂପାଦକୀୟ ବିବରଣୀ ଓ ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଫେସର ଧନେଶ୍ୱର ସାହୁଙ୍କୁ ବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ନିମାଇଁ ଚରଣ ମାଝୀଙ୍କ ସଂଯୋଜନାରେ ମନୋଜିତ୍, ସିମାଲି ଓ ଏଲିଶା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରଥମ ଅଧିବେଶନରେ କବୟିତ୍ରୀ କାଞ୍ଚନ ବାଳା ମଲ୍ଲ, ସୁମିତ୍ରା ମହାରଣା ଓ ଦୟାନିଧି ଦାଶଙ୍କ ସଂଯୋଜନାରେ କବି ସର୍ବଶ୍ରୀ କୁଳମଣି ଦତ, ବିଷ୍ଣୁ ଚରଣ ସାହୁ, ସୁରେନ୍ଦ୍ର କୁମାର ଦାଶ, ପବିତ୍ର ମୋହନ ସାହୁ, ଅଲେଖ ପ୍ରସାଦ ପାଗଡ, ଅଶେଷ ପାତ୍ର, କାଞ୍ଚନବାଳା ସାହୁ, ମିନର୍ଭା ମହାପାତ୍ର, କିଶୋର ଚନ୍ଦ୍ର ଦାସ, ପ୍ରମୋଦ କୁମାର ସାହୁ, ଅନଙ୍ଗପ୍ରଭା ନାୟକ, ସୁମିତ୍ରା ଓଝା, ସୀମା ମିଶ୍ର, ସନାତନ ମହାନ୍ତ, ଶୁକଦେବ ବେହେରା, ଭଜମନ ସାହୁ, ସୁରେନ୍ଦ୍ର କୁମାର ପୃଷ୍ଟି, ସୁଲୋଚନା ସାହୁ, ରଙ୍ଗାଧର ଆଚାର୍ଯ୍ୟ, ରୀନାରାଣୀ ରାଉତ, ହେମନ୍ତ କୁମାର ସ୍ୱାଇଁ, ବିଜୟ କୁମାର ସାହୁ ସମେତ ଅନେକ କବି ସ୍ୱରଚିତ କବିତା ପାଠ କରିଥିଲେ ।