ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟର ନିର୍ବାଚନୀ ସମ୍ମିଳନୀ

 ଯାଜପୁର ଟାଉନ: ରବିବାର ନିର୍ବାଚନ ପରିପ୍ରେକ୍ଷୀରେ ଗୌତମବୁଦ୍ଧ ସଂସ୍କୃତିଭବନ ପରିସରରେ ବିଜେଡି ଆଇନ୍ଜୀବୀ ସାମୁଖ୍ୟର ନିର୍ବାଚନୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଓଡ଼ିଶା ଉଚ୍ଚନ୍ୟାୟଳୟର ବରିଷ୍ଠ ଆଇନ୍ଜୀବୀ ତଥା ରାଜ୍ୟ ଆଇନ୍ଜୀବୀ ସାମୁଖ୍ୟର ସଭାପତି ମିଲନ କାନୁନ୍ଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଆଇନ୍ଜୀବୀଙ୍କ ପାଇଁ ନବୀନ ସରକାର ବୋହୁ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସମସ୍ତ ଆଇନ୍ଜୀବୀମାନଙ୍କ ପାଇଁ କଲ୍ୟାଣପାଣ୍ଠି ୫ କୋଟି ଟଙ୍କାରୁ ୧୦କୋଟି ଟଙ୍କା ଅର୍ଥ ମଂଜୁର କରିଛନ୍ତି । ଆଇନ୍ଜୀବୀମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କରାଯିବା ପାଇଁ ପୂର୍ବରୁ ବୋହୁ ବାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା । ମାତ୍ର ଚଳିତ ନିର୍ବାଚନ ଇସ୍ତାହାରରେ ରାଜ୍ୟରେ ବାଦ୍ ପଡିଥିବା ବିଏସ୍କେୱାଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏଥିରେ ରାଜ୍ୟର ସମସ୍ତ ଆଇନ୍ଜୀବୀ ଅନ୍ତର୍ଭୁକ୍ତ ହେଉଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଇନ୍ଜୀବୀ ପାର୍ଥ ରାୟଙ୍କ ପରି·ଳନାରେ ଆୟୋଜିତ ସମ୍ମିଳନୀରେ ରାଜ୍ୟ ଆଇନ୍ଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ୱିବେଦୀ ବକ୍ତାଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ୨୪ବର୍ଷର କାର୍ଯ୍ୟକାଳର କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିବା ସହିତ ରାଜ୍ୟରେ ଥିବା ଆଇନ୍ଜୀବୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଦୃଷ୍ଟି ଦେଇଥିବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ୍ଜୀବୀ ପରିଷଦର ସଭ୍ୟ ଦିନେଶ ରାୟ, ଅକ୍ଷୟ ପତି, ଉପସଭାପତି ରାଜୀବ କୁମାର ମହାନ୍ତି, ବିଜେଡି ଆଇନ୍ଜୀବୀ ସାମୁଖ୍ୟର ଉପସଭାପତି ବଂଶିଧର ଶତପଥି ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନରେ ବିଜେଡି ଆଇନ୍ଜୀବୀ ସାମୁଖ୍ୟର ସଭ୍ୟମାନେ ଆସନ୍ତା ଜୁନ୍ ୧ ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥି/ପ୍ରାର୍ଥିନୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ବାର ଆସୋସିଏସନ୍ର ସଂପାଦକ କାଳିକିଂକର ଚାଟାର୍ଜି, ଡିଷ୍ଟି୍ରକ୍ଟ ଲୟର୍ସ ଆସୋସିଏସନ୍ର ସଭାପତି ପ୍ରବୀର କୁମାର ରାୟ, ଡିଷ୍ଟି୍ରକ୍ଟ କ୍ରିମିନାଲ ଆସୋସିଏସନ୍ର ସଭାପତି କିଶୋର ଚନ୍ଦ୍ର କର, ଚଣ୍ଡିଖୋଲ ବାର୍ ଆସୋସିଏନ୍ର ସଭାପତି ଦେବରାଜ ବେହେରା, ସୁକିନ୍ଦାବାର୍ ଆସୋସିଏନ୍ର ସଭ୍ୟା ତପସ୍ୱିନୀ ବେହେରା, ଯାଜପୁର ରୋଡ ବାର୍ ଆସୋସିଏନ୍ର ବରିଷ୍ଠ ସଭ୍ୟ ରଜତ କୁମାର ରାଉତ, ବରୀ ବାର୍ ଆସୋସିଏନ୍ର ସଭାପତି ରାଜକିଶୋର ସାମଲ, ବିଞ୍ଝାରପୁର ବାର୍ ଆସୋସିଏନ୍ର ସଭାପତି ମାନଗୋବିନ୍ଦ ଧଳ, ଢ଼େଙ୍କାନାଳ ବିଜେଡି ଆଇନଜୀବୀ ସାମୁଖ୍ୟର ସଭାପତି ଗୋପାଳ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲାର ବୋହୁ ଆଇନ୍ଜୀବୀ ଆଲୋଚନାରେ ଭାଗନେଇ ଯାଜପୁର ଲୋକସଭାର ପ୍ରାର୍ଥିନୀ ଓ ଜିଲାର ୭ଟି ବିଧାନସଭାର ପ୍ରାର୍ଥି/ପ୍ରାର୍ଥିନୀଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ଜିତାଇବାକୁ ଉପସ୍ଥିତ ଆଇନଜୀବୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ ଯୋଗଦେଇ ନିଜ ସପକ୍ଷରେ ଭୋଟ୍ ଭିକ୍ଷା କରିଥିଲେ । ବରିଷ୍ଠ ଆଇନଜୀବୀ ଦିପ୍ତିରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।