ରକ୍ତମୁଖା ହୋଇପଡ଼ିଛି ୫୩ନଂ ଜାତୀୟ ରାଜପଥ  ଏମଏସଆଇଏଲ ଠିକା କମ୍ପାନୀ ପାଇଁ ବଢୁଛି ଜନଅସନ୍ତୋଷ

ରକ୍ତମୁଖା ହୋଇପଡ଼ିଛି ୫୩ନଂ ଜାତୀୟ ରାଜପଥ  ଏମଏସଆଇଏଲ ଠିକା କମ୍ପାନୀ ପାଇଁ ବଢୁଛି ଜନଅସନ୍ତୋଷ

କବାଟବନ୍ଧ: ବାରମ୍ବାର ଦାବି, ଆନେ୍ଦାଳନ ସତ୍ତ୍ୱେ ଏମଏସଆଇଏଲ ଠିକା କମ୍ପାନୀ ମନମାନି ଦିନକୁ ଦିବ ବଢିବାରେ ଲାଗିଛି । ଯାହା ଫଳରେ ଜନ ଅସନ୍ତୋଷ ବଢିବାକୁ ଲାଗିଥିବା ବେଳେ ଲୋକେ ରାସ୍ତା ନିର୍ମାଣରେ କାଳ କ୍ଷେପଣ ନୀତିକୁ ନେଇ ଚେତାବନୀ ଦେଇଛନ୍ତି ।  ଚଣ୍ଡିଖୋଲ- ଡୁବୁରୀ ୫୩ ନଂ ଜାତୀୟ ରାଜପଥ ଦୋହରୀ କରଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ଏମଏସଆଇଏଲର ନିର୍ମାଣ କାର୍ଯ୍ୟର ଅହେତୁକ ବିଳମ୍ବ ଯୋଗୁ ରାସ୍ତା ନିର୍ମାଣ ସରିପାରୁନାହିଁ । ନିର୍ମାଣାଧୀନ ରାସ୍ତା ଓ କବାଟବନ୍ଧର ବ୍ରାହ୍ମଣୀ ସେତୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାସ୍ତା ଓ ସେତୁର ଅବସ୍ତା ଏପରି ବିପଦ ଜନକ ହୋଇପଡିଛି ଯେଉଁ ଥିରେ ଯାତାୟାତ କରିବାକୁ ଜନ ସାଧାରଣ ଭୟ କରୁଛନ୍ତି । ଖବର ଥାଉକି ଚଣ୍ଡିଖୋଲ-ଡ଼ୁବୁରୀ ରାସ୍ତା ୩୯ କିମି ରାସ୍ତାକୁ ଗେମନ ଇଞ୍ଜିନିୟସ ଆଣ୍ଡ ପ୍ରାଇଭେଟ କମ୍ପାନୀ ଟେଣ୍ଡର ହାତେଇଥିଲା ।୨୦୨୦ ଫ୍ରେବୁଆରି ୧୧ରେ ଚୁକ୍ତି ହୋଇଥିଲା । ୫୭୭ କୋଟି ବ୍ୟୟ ବରାଦ ହୋଇଥିଲା । ତିନି ବର୍ଷରେ ସାରିବାକୁ ଚୁକ୍ତି ହୋଇଥିଲା । ଉକ୍ତ କମ୍ପାନୀ ଟେଣ୍ଡର ହାତେଇବା ପରେ ଏମଏସଆଇଏଲ ଅନ୍ୟ ଏକ ଲୋକାଲ ସବ ଠିକାଦାର କାମ କରିବାକୁ ଅନୁମତି ମିଳିଛି । କାମ କରିବା ପାଇଁ ଏହି ଠିକାଦାର ପାଖରେ ଆବଶ୍ୟକୀୟ ମେସିନ ଓ ଉପକରଣ ସମେତ କର୍ମଚାରୀ ଅଭାବ ରହିଛି । ରାଜପଥ ୬ ବର୍ଷ ହେବ ଚାଲୁ ରହିଥିଲେ ସୁଦ୍ଧା କାମ ଅଧା ସରିନାହିଁ । ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଶିଳ୍ପସମ୍ବୃଦ୍ଧ  କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତା ପାରାଦ୍ୱୀପ-ଦୈତାରୀ ଏବଂ ଶିଳ୍ପନଗରୀ କଳିଙ୍ଗନଗର ଦୈନ ଦିନ ଭାରୀଯାନ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳକୁ ହଜାର ହଜାର ଶ୍ରମିକ ନିଜର ଜୀବିକା ନିର୍ବାହ କରିବାକୁ ବାଇକ ଯୋଗେ ଏହି ରାସ୍ତା ଦେଇ ଆସିଥାନ୍ତି । ରାସ୍ତାର ଅନେକ ସ୍ଥାନରେ ବିରାଟ ବିରାଟ ଗର୍ତ ସୃଷ୍ଟି ହେଇଛି । ବର୍ଷାରେ ସେହି ଗର୍ତରେ ପାଣି ଜମି ରହି ଅନେକ ଦୁର୍ଘଟଣା ଘଟି କିଏ ଭେଣ୍ଡିଆ ପୁଅକୁ ହରାଉଛି ତ କିଏ ସ୍ୱାମୀକୁ ହରାଇଛି କିଏ କିଏ ଗୋଡ଼,ହାତ ହରାଇ ବିକଳାଙ୍ଗ ହୋଇ ଘରେ ପଡିରହିଛନ୍ତି । ପ୍ରତ୍ୟକ ଦିନ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟିଚାଲିଛି । ମୋଟ ଅସମ୍ପୂର୍ଣ ରାଜପଥରେ ସଂପୂର୍ଣ୍ଣ ଅସୁରକ୍ଷିତ ଯାତ୍ରା କରୁଛନ୍ତି । ଏହି ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି । ରକ୍ତ ମୁଖା ପାଲଟିଛି ଏହି ଜାତୀୟ ରାଜପଥ । ପରିତାପର ବିଷୟ ଏଥିପ୍ରତି କେନ୍ଦ୍ର ସରକାର,ରାଜ୍ୟ ସରକାର,ଜିଲ୍ଲା ପ୍ରଶାସନ,ରାଜନେତା,ଜାତୀୟ ରାଜପଥ କର୍ତୃପକ୍ଷଙ୍କ ରାସ୍ତା ପ୍ରତି ନିଘା ନାହିଁ । ନିର୍ମାଣ କାରୀ ସଂସ୍ଥା ଏବେ ଡୁବୁରୀ ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା ଓ ବ୍ରାହ୍ମଣୀ ସେତୁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡିଥିବାରୁ ଏହା ପ୍ରତିବାଦରେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନେ୍ଦାଳନପାଇଁ ଚେତାବନୀ ଦିଆଯାଇଛି । ତେଣୁ ଏହା ଉପରେ ଜାତୀୟ ରାଜପଥ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଠିକା ସଂସ୍ଥାକୁକୁ ପରିବର୍ତନ କରିବାକୁ ସାଧାରଣରେ ଦାବି ହୋଇଛି ।