ଗଙ୍ଗଶିଉଳି ଫୁଲ

ଗଙ୍ଗଶିଉଳି ଫୁଲ

ଶିଉଳି ଫୁଲ (ହିନ୍ଦୀରେ ଏହାକୁ ପାରିଜାତ ଫୁଲ କୁହନ୍ତି) ଦେଇଥାଏ ମା’ ଦୁର୍ଗାଙ୍କ ଆଗମନର ସୂଚନା । ଧଳା ଫୁଲ, ନାରଙ୍ଗୀ ଡେମ୍ଫ । ରାତିରେ ଫୁଟେ, ସୁଗନ୍ଧରେ ଚଉପାସ ଚହଟାଏ, ସକାଳେ ସବୁଜ ଘାସ ଉପରେ ଝଡ଼ିପଡ଼େ । ତା’ ଉପରେ ଚିକ୍ଚିକ୍ କରୁଥାଏ ଶିଶିର ବିନ୍ଦୁ  ।ଶିଉଳି ଫୁଲ ଭାରତର ବିଭିନ୍ନ ଅଞ୍ଚଳରେ ଏକ ଗୁରୁତ୍ୱପୁର୍ଣ୍ଣ ସାଂସ୍କୃତିକ ଚିହ୍ନ ଭାବରେ ପରିଚିତ । ହିନ୍ଦୁ ଧର୍ମରେ ଏହା ଧାର୍ମିକ ମାନ୍ୟତା ରଖିଥାଏ ଏବଂ ସେଥିପାଇଁ ଏହାକୁ ପବିତ୍ର ଭାବରେ ଗ୍ରହଣ କରାଯାଏ । ଲୋକକଥା ଅନୁସାରେ ରାଜକୁମାରୀ ‘ପାରିଜାତକା’ ମନେ ମନେ ସୂର୍ଯ୍ୟଙ୍କୁ ଭଲ ପାଉଥିଲେ । ହେଲେ ସୂର୍ଯ୍ୟଙ୍କୁ ପାଇବାରେ ସେ ଅସମର୍ଥ ହୋଇଥିଲେ । ମନ ଦୁଃଖରେ ସେ ଆତ୍ମହତ୍ୟା କରିଦେଲେ । ଦେହର ଅସ୍ଥିରୁ ଜନ୍ମ ନେଲା ଏକ ଗଛ । ସେଥିରେ ଫୁଟିଲା ସୁନ୍ଦର  ସୁଗନ୍ଧିତ ଫୁଲ । ହେଲେ ରାତିରେ ଫୁଟି ସେ ସକାଳେ ମଉଳି ଯାଏ । ସୂର୍ଯ୍ୟଙ୍କୁ ଦେଖେନି । ସେ ଫୁଲର ନାଁ ହେଲା ପାରିଜାତ ଶିଉଳି ।