ଗାଈଙ୍କୁ ପ୍ରଥମ ରୁଟି
ହିନ୍ଦୁ ଧର୍ମରେ ଗାଈ ହେଉଛନ୍ତି ଗୋମାତା । ଗୋମାତାଙ୍କ ସେବା ଦ୍ୱାରା ପୁଣ୍ୟ ମିଳିଥାଏ । କୁହାଯାଏ, ଗାଈଙ୍କୁ ପ୍ରତିଦିନ ରୁଟି ଦେବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ମିଳେ । ଏହାସହ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଏ । ତେବେ ଘରେ ତିଆରି ହେଉଥିବା ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦେବା ଦ୍ୱାରା ଠାକୁରଙ୍କୁ ଭୋଗ ଲାଗି କରିବାର ଫଳ ମିଳିଥାଏ ।
କୁଣ୍ଡଳୀରେ ଶନି କିମ୍ବା ରାହୁ-କେତୁ ଦୋଷ ଥିଲେ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ । ସେହିପରି ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଗ୍ରହ ଶାନ୍ତ ହୁଏ । ସେହିପରି ପାରିବାରିକ ସମସ୍ୟା ଦୂର ପାଇଁ ପ୍ରତିଦିନ ସକାଳେ ଗାଈକୁ ପ୍ରଥମ ରୁଟି ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଘରେ କଳି ଝଗଡ଼ା ଦୂର ହୁଏ । ଘରେ ସୁଖ ଓ ଶାନ୍ତି ବୃଦ୍ଧି ପାଏ । ଆର୍ôଥକ ସମସ୍ୟା ଦୂର ଲାଗି ସକାଳୁ ରୁଟିକୁ ଚାରି ଖଣ୍ଡ କରନ୍ତୁ । ଏଥିରୁ ଗାଈ, କୁକୁର, କାଉକୁ ଖାଇବାକୁ ଦିଅନ୍ତୁ । ଶେଷ ଖଣ୍ଡକୁ ବାହାରେ ଫୋପାଡ଼ି ଦିଅନ୍ତୁ ।