ଛାତ୍ର-ଯୁବ ବିକାଶ ପରିଷଦର ବନ୍ଧୁମିଳନ


 ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଛାତ୍ର-ଯୁବ ବିକାଶ ପରିଷଦ (ସିଭିପି) ପକ୍ଷରୁ ପବିତ୍ର ଭାଗବତ ଜନ୍ମ ଅବସରରେ ଏକ ବନ୍ଧୁମିଳନ ଉତ୍ସବ ଆମ୍ରପଲ୍ଲୀ ରିସୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼ଃ. ପୀତାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁରୁପୂଜନ ଉତ୍ସବ ଓ ଗୁରୁ ଗୌରବ ସମ୍ମାନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ, ଶାରଦୀୟ ଦଶହରା ଅବସରରେ ସଂଗଠନର ମୁଖପତ୍ର ‘ଦ୍ୱୀପାଞ୍ଚଳ ଦ୍ୱୀପିକା’ର ସଫଳ ପ୍ରକାଶନ ନିମନ୍ତେ ସମସ୍ତ କର୍ମକର୍ତ୍ତା ଓ ଶୁଭେଚ୍ଛୁଙ୍କ ସହଯୋଗ ରହିବା ପାଇଁ ମୁଖ୍ୟ ଉପଦେଷ୍ଠା ସରୋଜ କୁମାର ସ୍ୱାଇଁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ଅଜୟ କୁମାର ପତି, ଯୁବ ସଂଗଠକ ଓ ସମାଜସେବୀ କଳ୍ପତରୁ ଖୁଣ୍ଟିଆ, ଶିକ୍ଷାବିତ୍ ବାପୁଜୀ ମହାରଣା, ପ୍ରାଚୀ ପ୍ରଜ୍ଞା ପରିଷଦର ଉମାକାନ୍ତ କର, ଅରୁଣ କୁମାର ସାହୁ, ଶରତ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଦୀଲ୍ଲିପ ଖୁଣ୍ଟିଆ, ସୂର୍ଯ୍ୟକାନ୍ତ ଦାଶ, ଶୁଭାଶିଷ ଶୁଭଙ୍କର, ଅଧ୍ୟାପିକା ଅମୀତା ପାତ୍ର ଓ ଅସିତ୍ କୁମାର ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପରିଷଦର ବରିଷ୍ଠ ଉପଦେଷ୍ଠା ତଥା ସାହିତି୍ୟକ ଅକ୍ଷୟ କୁମାର ମହାନ୍ତିଙ୍କ ଜନ୍ମଦିବସକୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ପାରମ୍ପରିକ ରୀତିନୀତିରେ ପାଳନ କରିଥିଲେ । ଶେଷରେ କାର୍ଯ୍ୟକାରୀ ସମ୍ପାଦକ ଉମେଶ ଚନ୍ଦ୍ର ପାଢୀ ଧନ୍ୟବାଦ ଦେଇଥିଲେ ।