ସାରସକଣା-ବିଜାତଳା ବ୍ଲକ୍କୁ ଯୋଡ଼ିବ ଆର୍ଡି ରାସ୍ତା


ସାରସକଣା: ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ୍କୁ ବିଜତଳା ବ୍ଲକ ସହିତ ଯୋଡିବ ଆର୍ଡି ରାସ୍ତା ।  ଆଉ ଚଢ଼ିବାକୁ ପଡ଼ିବନି ୨ କିଲୋମିଟର ପାହାଡ଼ । ନିରଙ୍କୁଶ ଭାବେ ଯାତାୟାତ କରିପାରିବେ ଏହି ଦୁଇ ବ୍ଲକ୍ର ଜନତା । ରାଇରଙ୍ଗପୁର ଯିବା ପାଇଁ ଶଙ୍ଖାଭଙ୍ଗା ବାସିନ୍ଦା ଆଉ ୪୦ କିମି ଅଧିକ ଯାତାୟାତ କରିବାକୁ ପଡ଼ିବନି । ବୁଧବାର ବିଧାୟକ  ହାଁସଦା ନିଜର ଶତାଧିକ  ସମର୍ଥକଙ୍କ ସହ ଏହି ଦୁଇ ବ୍ଲକ୍ର ଲୋକଙ୍କ ପାଖରେ ପହଞ୍ଚô ରାସ୍ତା ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ଶ୍ରୀ ହାଁସଦା ଶତାଧିକ ସମର୍ଥକଙ୍କ ସହିତ ୨ କିଲୋମିଟର ପାହାଡ଼ ଚଢ଼ି ସାରସକଣା ବ୍ଲକ୍ରୁ ବିଜାତଳା ବ୍ଲକ୍ ପର୍ଯ୍ୟନ୍ତ ଯାଇଥିଲେ । ବିଧାୟକଙ୍କ ଏପରି ମନୋଭାବ ଦେଖି ସ୍ଥାନୀୟ ଜନତା ଉତ୍ସାହିତ ହେବା ସହ ରାସ୍ତାକାମ ନେଇ ବିଧାୟକଙ୍କୁ ସ୍ୱାଗତ କରିଥିଲେ ।
ଆରଡି ବିଭାଗ ରାଇରଙ୍ଗପୁର ଓ ଝାରପୋଖରୀଆ ମିଳିତ ଭାବେ ଏହି ରାସ୍ତାର ନିର୍ମାଣ କରିବାକୁ ଥିବା ବେଳେ ରାଇରଙ୍ଗପୁର ଡିଭିଜନ ପକ୍ଷରୁ ୮୦୦ ମିଟର ରାସ୍ତା ନିର୍ମାଣ କରାଯିବ । ଆଉ ଏଥିଲାଗି ବନ ବିଭାଗ ପକ୍ଷରୁ ନିର୍ମାଣ ଅନୁମତି ମିଳିସାରିଛି । ସେପଟେ ସାରସକଣା ପାଶ୍ୱର୍ରୁ ନିର୍ମାଣ ହେବାକୁ ଥିବା ୧୦୦୦ମିଟର ରାସ୍ତା ପାଇଁ ବନବିଭାଗ ଏ ପର୍ଯ୍ୟନ୍ତ ଅନୁମତି ଦେଇ ନ ଥିବା ଜଣାପଡ଼ିଛି । ତେବେ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସାରସକଣା ଓ ବିଜାତଳା ବ୍ଲକର ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱ ବଢିବା ସହ ରାଇରଙ୍ଗପୁର ଉପରେ ନିର୍ଭରଶୀଳ ଥିବା ଶଙ୍ଖାଭଙ୍ଗା ଅଞ୍ଚଳର ଲୋକ ୪୦ କିମି ଦୂର ରାସ୍ତାରୁ ମୁକ୍ତି ପାଇବେ ବୋଲି ଖୁସିର ସହ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ବିଗତ ୫୦ବର୍ଷରୁ ଊଦ୍ଧ୍ୱର୍ ସମୟ ପୂର୍ବରୁ ସାରସକଣା ବ୍ଲକର ଶଙ୍ଖାଭଙ୍ଗା ଠାରୁ ବିଜାତଳା ବ୍ଲକର ଭେଜିଡ଼ିହି ସହିତ ଅନ୍ୟାନ୍ୟ ସ୍ଥାନକୁ ଯିବାପାଇଁ ୨କିମି ପାହାଡ଼ ଚଢି ଜଙ୍ଗଲ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଯାତାୟାତ କରୁଥିଲେ । କିନ୍ତୁ ଫାଇଲିନ ସମୟରେ ଏହି ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯିବା ସହ ଏଥିରେ ଯାତାୟାତ ଠପ୍ ହୋଇଥିଲା ।