ଲକ୍ଷ୍ମୀବାଇଙ୍କ ଜନ୍ମ ଜୟନ୍ତୀ

ଜଟଣୀ : କର୍ମ ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ମୁକ୍ତି ସଂଗ୍ରାମର ଅନ୍ୟତମ ଯୋଦ୍ଧା ରାଣୀ ଲକ୍ଷ୍ମୀବାଇଙ୍କ ୧୯୬ତମ ଜନ୍ମ ଦିବସ ଅବସରରେ ସ୍ଥାନୀୟ ଉତ୍ତରାୟଣି କ୍ଲବ୍ ପରିସରରେ ଏହି ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉକôଳ ବିଶ୍ୱ ବିଦ୍ୟାଳୟର ଭାଇସ୍ ଚାନ୍ସେଲର ସବିତା ଆଚାର୍ଯ୍ୟ, ପରିଚୟ ଫାଉଣ୍ଡେସନ୍ ଚେୟାରମ୍ୟାନ ଡ. ରୋଜାଲିନ ପାଟ୍ଟସାଣି, ବରିଷ୍ଠ ଓଡିଆ ସିନେ ଷ୍ଟାର ପୁଷ୍ପା ପଣ୍ଡା, ସେଣ୍ଟ୍ ଜାଭିଅର ହାଇ ସ୍କୁଲର ଅଧ୍ୟକ୍ଷା ଲୀନା ମିଶ୍ର ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷିରେ ବାତ୍ୟା ଦାନାରେ ବହୁ ଲୋକଙ୍କ ଜୀବନ ରକ୍ଷା କରିଥିବା ଆଶା କର୍ମୀ କେନ୍ଦ୍ରାପଡ଼ା ଜିଲ୍ଲାର ଶିବାନୀ ମଣ୍ଡଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ତତ୍ତ୍ୱାବଧାନରେ ଅଧ୍ୟକ୍ଷା ସବିତା ରାୟ ପରିଚାଳନା କରିଥିଲେ ।