‘ଗାଁର ହେବ ଉନ୍ନତିକରଣ’

 ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ କରାଯାଇଛି  । ଏହି ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ୨୭ ଟି ଜିଲ୍ଲାର ୨୩୨ ବ୍ଲକର ୭୬୬୭ ଟି ଜନଜାତି ବହୁଳ ଗାଁର ୧୦,୮୫,୬୬୧ ଜନଜାତି ପରିବାର ଉପକୃତ ହେବେ  । କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ଏହି ଅଭିଯାନରେ ୨୫ ଟି କାର୍ଯ୍ୟକ୍ରମ ସାମିଲ ହେବ ଏବଂ ଏହା ୧୭ ଟି ମନ୍ତ୍ରାଳୟ ତଥା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ  । ଭିତ୍ତିଭୂମି ବିକାଶ, ସାମାଜିକ-ଅର୍ଥନୈତିକ ସଶକ୍ତିକରଣ, ସମସ୍ତଙ୍କ ପାଇଁ ଉତ୍ତମ ଶିକ୍ଷା ତଥା ସ୍ୱାସ୍ଥ୍ୟକର ଜୀବନ ସହ ସମ୍ମାନଜନକ ବାର୍ଦ୍ଧକ୍ୟକୁ ପ୍ରୋସôାହିତ କରିବାକୁ ଉଦେ୍ଦଶ୍ୟ ରଖାଯାଇଛି  । 
ଏହି ଅଭିଯାନରେ ଆଦିବାସୀ ବହୁଳ ଅଞ୍ଚଳରେ ହୋମ୍ ଷ୍ଟେ କାର୍ଯ୍ୟକ୍ରମ, ଜଙ୍ଗଲ ଅଧିକାର ଆଇନ ଅଧିନରେ ପଟ୍ଟା ପାଇଥିବା ଲୋକଙ୍କ ପାଇଁ ସହାୟତା ଏବଂ ସିକଲ୍ ସେଲ୍ ପରି ରୋଗ ପରିଚାଳନା ଭଳି ଅଭିନବ ପଦକ୍ଷେପକୁ ପ୍ରୋସôାହିତ କରାଯିବ  । ତେବେ ଏହି ଅଭିଯାନ ଅଧିନରେ ହୋଇଥିବା ଅଗ୍ରଗତିକୁ ପିଏମ-ଗତିଶକ୍ତି ପୋର୍ଟାଲ ମାଧ୍ୟମରେ ନିରୀକ୍ଷଣ କରାଯିବ  । ସୂଚନାଯୋଗ୍ୟ, ୧୮ ସେପ୍ଟେମ୍ବରରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି  । ୭୯,୧୫୬ କୋଟି ବ୍ୟୟ ବରାଦ ଥିବା ଏହି ଅଭିଯାନରେ ଦେଶର ୩୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୬୩,୦୦୦ ଗ୍ରାମରେ ରହୁଥିବା ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ୱ ଜନଜାତିଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି  । ଏହି ବ୍ୟୟବରାଦରୁ କେନ୍ଦ୍ର ସରକାର ୫୬,୩୩୩ କୋଟି ଟଙ୍କା ବହନ କରୁଥିବା ବେଳେ ରାଜ୍ୟଗୁଡ଼ିକ ୨୨,୮୨୩ କୋଟି ଟଙ୍କାର ବ୍ୟୟ ଭାର ବହନ କରିବେ  । ଏହି ଅଭିଯାନ ଦେଶର ୫୪୯ ଟି ଆଦିବାସୀ ବହୁଳ ଜିଲ୍ଲା ଏବଂ ୨୭୪୦ ବ୍ଲକରେ ଏକ ସମୟରେ ଚାଲିବ  ।