ଯୁବ ରେଡକ୍ରସ ପକ୍ଷରୁ ୩ ଦିନିଆ ତାଲିମ ଶିବିର
ଧର୍ମଶାଳା: ଧର୍ମଶାଳା ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ପକ୍ଷରୁ ଚାଲିଥିବା ଜିଲାସ୍ତରୀୟ ସ୍ୱେଛାସେବୀ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱରୂପାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ.ରମେଶ ଚନ୍ଦ୍ର ବେହେରା, ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ସାହୁ ଯୋଗଦେଇ ରେଡକ୍ରସର ଆଭିମୁଖ୍ୟ, ଆଦର୍ଶ ଓ ସ୍ୱେଛାସେବୀ ସମାଜଗଠନ ଭୁମିକା ଉପରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ଅରବିନ୍ଦ ମହାନ୍ତି ସଭାକୁ ସଂଯୋଜନା କରିଥିଲେ । ଅଧ୍ୟାପକ ଡ଼.ବସନ୍ତ କୁମାର ତ୍ରିପାଠୀ ଅତିଥିଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଧର୍ମଶାଳା ମହବିଦ୍ୟାଳୟରେ ୩ଦିନ ଧରି ଅନୁଷ୍ଠିତ ଶିବିରରେ ଅଗ୍ନି ନିରାପତ୍ତା କୌଶଳ ଶିକ୍ଷା, ସଚେତନତା, ତମାଖୁମୁକ୍ତ, ସାଧାରଣ ସ୍ୱାସ୍ଥ୍ୟ ସଚେତନତା, ପ୍ରାଥମିକ ଆଶୁ ଚିକିତ୍ସାଜ୍ଞାନ କୌଶଳ ଓ ଯୋଗ ଶିକ୍ଷା ଆଦି ଉପରେ ତାଲିମ ପ୍ରଦାନ କରାଯାଇଥିଲା । ବିଭିନ୍ନ ଦିବସରେ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରେ ରଚନା, ତର୍କ, ସଙ୍ଗୀତ, ନୃତ୍ୟ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଳିକା ବିଭାଗରେ ଶ୍ରେଷ୍ଠ ସ୍ୱେଛାସେବୀ ଭାବେ ଯାଜପୁର ବିରଜା ମହାବିଦ୍ୟାଳୟର ଛାତ୍ରୀ ଅର୍ପିତା ପ୍ରିୟ ଦର୍ଶିନୀ ମିଶ୍ର ଓ ବାଳକ ବିଭାଗରେ ଶ୍ରେଷ୍ଠ ସ୍ୱେଛାସେବୀ ଭାବେ ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାାଳୟର ଛାତ୍ର ବ୍ରହ୍ମାନନ୍ଦ ନାୟକ ଓ ଧର୍ମଶାଳା ମହାବିଦ୍ୟାଳୟର ଛାତ୍ର ସୁନିଲ କୁମାର ସାହୁଙ୍କୁ ସ୍ୱତନ୍ତ୍ର ସ୍ୱେଛାସେବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶିବିରରେ ଜିଲାର ୨୯ଗୋଟି କଲେଜର ୧୫୦ ଜଣ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପିକା ସସ୍ମିତା ସାମଲ ଧନ୍ୟବାଦ ଦେଇଥିଲେ