କୁମ୍ଭୀର ଭୟକୁ ପାନୀୟଜଳ ସମସ୍ୟା,  ଲୋକେ ହନ୍ତସନ୍ତ 

ରାଜନଗରରୁ ବସନ୍ତ କୁମାର ହାତି: ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତ ଗୋବିନ୍ଦପୁର ଓ ସନ୍ଥପଡା ଗ୍ରାମରେ ପାନୀୟଜଳ ସମସ୍ୟା ଉକôଟ ରୂପ ଧାରଣ କରିଛି । ଟାଙ୍ଗଣତୈ÷ଳାଠାରେ ଥିବା ପାନୀୟଜଳ ପ୍ରକଳ୍ରୁ ଏହି ଦୁଇଟି ଗ୍ରାମର ବାସିନ୍ଦାମାନେ ପାନୀୟଜଳ ସୁବିଧା ପାଉଥିଲେ । ଏକବର୍ଷ ପାଖାପାଖି ହେବ ଏହି ପ୍ରକଳ୍ପରୁ ପାଣି ଆସୁନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ଥିବା ନଳକୂପଗୁଡିକ ମଧ୍ୟରୁ ଅଧିକାଂଶ ଅଚଳ ହୋଇପଡିଛି । ସବୁଠାରୁ ବଡକଥା ହେଲା, ନିତ୍ୟ ବ୍ୟବହାର ପାଇଁ ବ୍ରାହ୍ମଣୀ ନଦୀର ଜଳ ଉପରେ ନିର୍ଭର କରିଥାନ୍ତି । କିଛି ମାସ ହେବ କୁମ୍ଭୀର ଭୟ ଯୋଗୁଁ ଲୋକମାନେ ନଦୀକୂଳକୁ ଯିବାକୁ ଭୟ କରୁଛନ୍ତି । ବ୍ରାହ୍ମଣୀ ନଦୀରେ ବନବିଭାଗ ପକ୍ଷରୁ କରାଯାଇଥିବା ଗାଧୁଆତୁଠର ସୁରକ୍ଷା ବାଡଟି ଦୀର୍ଘଦିନ ହେବ ଭାଙ୍ଗି ଯାଇଛି । ଏହି ତୁଠ ମଧ୍ୟରେ କୁମ୍ଭୀର ପଶି ଆସୁଛନ୍ତି । କୁମ୍ଭୀରକୁ ଦେଖିବା ପରେ ଲୋକମାନେ ନଦୀଜଳ ବ୍ୟବହାର କରିବା ପାଇଁ ନିରାପଦ ମଣୁନାହାନ୍ତି । ଟାଙ୍ଗଣତୈ÷ଳା ପାନୀୟଜଳ ପ୍ରକଳ୍ପରୁ କିଭଳି ପୂର୍ବପରି ଦୁଇଟି ଗାଁର ଲୋକମାନେ ପାଣି ପାଇବେ ଓ ବନବିଭାଗ ବ୍ରାହ୍ମଣୀ ନଦୀରେ ଗାଧୁଆତୁଠ ନିର୍ମାଣ ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେବାକୁ ଅକ୍ଷୟ ରାଉତ, ଦାମୋଦର ରାଉତ, ହେମନ୍ତ ରାଉତ, ରଂଜନ ରାଉତ, ଅଭୟ ରାଉତ, କାଳନ୍ଦି ବାରିକ, ଶ୍ରୀନିବାସ ବାରିକଙ୍କ ସହ ଶତାଧିକ ଲୋକ ଦାବି କରିଛନ୍ତି ।