ଜେଲ୍ରୁ ମୁକୁଳିଲେ ୧୦୨ ଆନେ୍ଦାଳନକାରୀ
ତାଳଚେର: ଖଣି ଆଞ୍ଚଳରେ ବଢ଼ି ଚାଲିଛି ଅଶାନ୍ତିର ବାତାବରଣ । ଏମସିଏଲ ଜମିଅଧିଗ୍ରହଣ କରି ସାରିବା ପରେ ଯେନତେ ଉପାୟରେ ମାଟିକୁ କାଟି କୋଇଲା ଉତ୍ତୋଳନ କରି ଲାଭାଂଶ ନେଇ ସାରିବା ପରେ ଆଉ ସେ ବିସ୍ଥାପତି ଅଞ୍ଚଳବାସୀଙ୍କ ସମସ୍ୟାକୁ ହେୟଜ୍ଞାନ କରି କରିଥାଏ । ଏବେ କିଛି ଦିନ ତଳେ ହେଂସମୂଳ ଗ୍ରାମର ୧୦୨ଜଣ ସାଇଲୋରେ ନିଯୁକ୍ତିକୁ ନେଇ ଆନେ୍ଦାଳନ କରୁଥିବାବେଳେ ସେମାନଙ୍କୁ ପୁଲିସ୍ ପ୍ରଶାସନ ପକ୍ଷରୁ ଯୋର ଜବରଦସ୍ତ ଭାବେ ହାଜତକୁ ପଠାଇଥିବା ଘଟଣା ତାଳଚେର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚା ହେଉଥିବା ବଳେ ୭ଦିନ ପରେ ସେମାନେ ଆଜି ଜେଲରୁ ଫେରିଛନ୍ତି । ତେବେ ତାଳଚେର ଶିଳ୍ପାଞ୍ଚଳରେ ଭିଟାମାଟି ହରାଇ ସର୍ବସ୍ୱାନ୍ତ ହେବା ସହ ସାମାନ୍ୟ କମ୍ପାନୀରେ ନିଯୁକ୍ତିଟିଏ ମିଳିବା ନେଇ କମ୍ପାନୀର ଟାଳଟୁଳି ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆସିଥାଏ । ଏଥିପାଇଁ କୌଣସି ନିୟମ ଆଇନ କାନୁନ୍ ରହୁନଥିବା ବେଳେ ଖଣି ବିସ୍ଥାପିତ ଓ ପ୍ରଭାବିତ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ବାହାର ଅଞ୍ଚଳର ଶତାଧିକ ଯୁବକଙ୍କୁ କମ୍ପାନୀରେ କିପରି ଠିକା ନିଯୁକ୍ତି ପାଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆନେ୍ଦାଳନକାରୀ ଜେଲ୍ରୁ ଫେରିବା ପରେ ସେମାନେ ପ୍ରଶାସନ ଓ ଏମ୍ସିଏଲକୁ ତୀବ୍ର ନିନ୍ଦା କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଗଣଆନେ୍ଦାଳନ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।