ବେଆଇନ ମାଛ ଧରା ଟ୍ରଲର ଜବତ 

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳୀ ମୁହାଁଣଠାରୁ ୧୫ କିଲୋମିଟର ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଦଳ ନାଗେଶ୍ୱରୀ-୫ ନାମକ ଟ୍ରଲରକୁ ଜବତ କରିଛି । ତା’ ମଧ୍ୟରୁ ତିନୋଟି ଭିଏଚଏଫ, ଦୁଇଟି ଜିପିଏସ, ୧୧ଟି ଟ୍ରଲିଂ ନେଟ ସହ ସେମାନଙ୍କ ମୋବାଇଲ ଜବତ କରିଛି । ଡ୍ରାଇଭର ସହ ୯ଜଣ ମସô୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମସô୍ୟଜୀବୀମାନେ ହେଲେ ଲାଲୁ ଗୋଲ, ପ୍ରଦୀପ ବାଘ, ମାଧବ ଖଟୁଆ, ରତନ ଜେନା, ଜଗନ୍ନାଥ ମାଇତି, ଲକ୍ଷ୍ମଣ ପାଲ, ଲକ୍ଷ୍ମଣ ଗିରି, ଅଭିମନୁ୍ୟ ମଳିକ, ରତ୍ନାକର ଦାସ । ୬ ଜଣ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ବେଳେ, ୨ ଭଦ୍ରକ ଜିଲ୍ଲା ଓ ୧ ପୁର୍ବ ମେଦିନୀପୁର ଜିଲ୍ଲା ହୋଇଥିବା ବନବିଭାଗ କହିଛି ।