ମହିଳାଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ସାଲେପୁର:  ଜମିଜମା ବିବାଦକୁ କେନ୍ଦ୍ର କରି ନିଜ ପୁତୁରାବୋହୂକୁ ମାରଧର କରିବା ଓ ଘରେ ନିଆଁ ଲଗାଇ ଦେବାକୁ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ସାଲେପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ କଟରପା ଗ୍ରାମର ନବକିଶୋର ବେହୁରା ତାଙ୍କ ପୁତୁରାଙ୍କ ମୃତୁ୍ୟ ପରେ ତାଙ୍କ ପୁତୁରାବୋହୂକୁ ଘରୁ ବାହାରି ଯିବାକୁ ବିଭିନ୍ନ ପ୍ରକାର ଧମକ ଦେବା ସହ ଜମିଜମା ବିବାଦକୁ କେନ୍ଦ୍ର କରି ବିଭିନ୍ନ ସମୟରେ ଗଣ୍ଡଗୋଳ କରିଆସୁଥିଲେ । ଗତକାଲି ତାଙ୍କୁ ଗାଳିଗୁଲଜ କରିବା ଓ ମାରଧର କରିବା ସହ ଘରେ ନିଆଁ ଲଗାଇ ଦେବାକୁ ଧମକ ଦେବା ନେଇ ପୁତୁରା ବୋହୂ ଲିପିନା ବେହୁରା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ସାଲେପୁର ଥାନା କେସ୍ ନଂ-୪୪୮/୨୪ରେ ଏକ ମାମଲା ରୁଜୁ କରି ନବକିଶୋର ବେହୁରାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।