ଉତ୍ତରପ୍ରଦେଶ ଉପ ନିର୍ବାଚନ : ୨ଟି ଆସନରେ ଲିଡ କରୁଛି ସମାଜବାଦୀ ପାର୍ଟି

ଉତ୍ତରପ୍ରଦେଶରେ ଖାଲି ପଡିଥିବା ଆସନ ମଧ୍ୟରୁ ୯ ଆସନରେ ଉପ ନିର୍ବାଚନ ହୋଇଛି । ଟ୍ରେଣ୍ଡ ଅନୁସାରେ ଭାଜପା ୭ଟି ଆସନରେ ଆଗୁଆ ରହିଥିବା ବେଳେ ସମାଜବାଦୀ ପାର୍ଟି ୨ଟି ଆସନରେ ଲିଡ କରୁଛି । କୁଣ୍ଡାର୍କି ,ଖୈର, ସିସମାଉ ଏବଂ ମଜଓାନା ଆସନରେ ଭାଜପା ପ୍ରାର୍ଥୀ ଲିଡ କରୁଥିବା ବେଳେ ସମାଜବାଦୀ ପାର୍ଟିର ପ୍ରାର୍ଥୀ କରହଲ ଏବଂ ଫୁଲଫୁରରେ ଆଗରେ ରହିଛନ୍ତି । ଏଥିସହ ଫୁଲଫୁରରେ ଭାଜପା ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ସମାଜବାଦୀ ପାର୍ଟିର ଭୋଟ ମୁସ୍ତଫ ସିଦ୍ଦିକ ପଛୁଆ ରହିଛନ୍ତି ।