ମତ୍ସ୍ୟଜୀବୀଙ୍କ ସମସ୍ୟା ଉପରେ ଗୁରୁତ୍ୱ

ପୁରୀ: ସ୍ଥାନୀୟ ପେଣ୍ଠକଟା ସ୍ଥିତ କମୁ୍ୟନିଟି ହଲ୍ରେ ପୁରୀ ଜିଲ୍ଲା ପାରମ୍ପରିକ ମସô୍ୟଜୀବୀ ୟୁନିୟନ୍ ପକ୍ଷରୁ ମସô୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପେଣ୍ଠକଟା ଅଞ୍ଚଳ ଓ ବାଲିନୋଳିଆ ସାହି ଅଞ୍ଚଳରେ ବସବାସ କରୁଥିବା ମସô୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ଅତିଥିଭାବେ ଅତିରିକ୍ତ ମସô୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ, କନିଷ୍ଠ ମସô୍ୟ ଅଧିକାରୀ ମସô୍ୟକର୍ମୀ ୟୁନିୟନ ରାଜ୍ୟ ସଭାପତି ପ୍ରସନ୍ନ ବେହେରା, ରାଜ୍ୟ ସମ୍ପାଦକ କେ. ଆଲେୟା, ଉପଦେଷ୍ଟା ଏନ୍. ଦୀନବନ୍ଧୁ ରାଓ, ଜିଲ୍ଲା ଉପସଭାପତି କେ. ଭାରତୀ, ସମ୍ପାଦକ ବ୍ରଜସୁନ୍ଦର ବେହେରା, ଜିଲ୍ଲା ସଭାପତି ବାବୁଲା ପ୍ରସାଦ, ଜିଲ୍ଲା କୋଷାଧ୍ୟକ୍ଷ କେ. ଭଗବାନ ରାଓ, ଯୁବନେତା ରବୀନ୍ଦ୍ର ବିଶୋଇ, ପୂର୍ବତନ କାଉନସିଲର କେ. ତାତାରାଓ ପ୍ରମୁଖ ଯୋଗଦାନ କରି ମସô୍ୟଜୀବୀଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ଆଲୋଚନା ଚକ୍ରରେ ସମୁଦ୍ରକୂଳରୁ ୧୦ କିଲୋମିଟର ଦୂରରେ ଟ୍ରଲରମାନେ ମାଛ ଧରିବାର ନିୟମ ଥିଲେ ମଧ୍ୟ ସେମାନେ ସମୁଦ୍ର କୂଳ ପାଖାପାଖି ଅଞ୍ଚଳରେ ମାଛ ଧରିବା ଦ୍ୱାରା ପାରମ୍ପରିକ ମସô୍ୟଜୀବୀମାନେ ଗଭୀର ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଥିଲା । ମସô୍ୟଜୀବୀମାନେ ସମୁଦ୍ରରେ ମାଛ ଧରିବା ପାଇଁ ବିଛାଇଥିବା ଜାଲରେ ଟ୍ରଲର ବ୍ଲେଡ଼ ବାଜିବା ଦ୍ୱାରା ଜାଲ ଗୁଡ଼ିକ କଟି ଆର୍ଥିକ କ୍ଷତି ସହୁଛନ୍ତି । 
ସରକାର ଏହା ଉପରେ ପଦକ୍ଷେପ ଗ୍ରହଣ ନକଲେ ମସô୍ୟଜୀବୀମାନେ ଟ୍ରଲର ଗୁଡ଼ିକୁ କୂଳକୁ ଭିଡିଆଣିବେ । ଟ୍ରଲର ଗୁଡିକର କ୍ଷୟକ୍ଷତି ପାଇଁ ସରକାର ଦାୟୀ ରହିବେ ବୋଲି ଉପସ୍ଥିତ ଅତିଥିମାନେ ଚେତାବନୀ ଦେଇଥିଲେ । ମହିଳାମାନେ ମସô୍ୟଜୀବୀ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ସରକାରୀ ସହାୟତାର ବ୍ୟବସ୍ଥା କରାଯିବା ପାଇଁ ଏହି ଆଲୋଚନା ଚକ୍ରରେ ଦାବି କରାଯାଇଥିଲା । ମସô୍ୟଜୀବୀ ପରିବାରର ଯୁବକ ଯୁବତୀମାନେ ଅନେକ ସମୟରେ ଦାଦନ ଖଟିବାକୁ ଚାଲିଯାଉଥିବାରୁ ସେମାନଙ୍କୁ ସରକାରୀ ଭାବେ ମସô୍ୟଚାଷ ଓ ମସô୍ୟ ବ୍ୟବସାୟ ପାଇଁ ତାଲିମ ଦିଆଗଲେ ଆଗାମୀ ଦିନରେ ଏହି ଯୁବକଯୁବତୀମାନେ ବେକାର ରହିବେନାହିଁ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା । ଦାବିପତ୍ରରେ ମସô୍ୟ କର୍ମୀ ୟୁନିୟନ୍ ପକ୍ଷରୁ ଜିଲ୍ଳାପାଳଙ୍କୁ ଆଲୋଚନା ସମୟରେ ପ୍ରତିନିଧି ଦଳ ଅନୁରୋଧ କରିଥିଲେ ଯେ, ପୁରୀ ଜିଲ୍ଲାରେ ୫ଟି ମସô୍ୟ ଅବତରଣ କେନ୍ଦ୍ର କରାଯିବା ପାଇଁ ସରକାରୀ ମଞ୍ଜୁରୀ ପାଇଥିବା ସତ୍ତ୍ୱେ ଏହା ଅଦ୍ୟାବଧି ଆରମ୍ଭ କରାଯାଇପାରିନାହିଁ । ସାପକୋଠି ମସô୍ୟ ଅବତରଣ କେନ୍ଦ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଗଲେ ଉଭୟ ମସô୍ୟଜୀବୀଙ୍କ ଜୀବନ ଜୀବିକାରେ ଉନ୍ନତି ହେବା ସହିତ ପୁରୀ ବେଳାଭୂମି ପର୍ଯ୍ୟଟକମାନଙ୍କ ପାଇଁ ମୁଖ୍ୟ ପର୍ଯ୍ୟଟନ କେନ୍ଦ୍ର ପାଲଟିବ । ଜିଲ୍ଲା ଜଙ୍ଗଲ ବିଭାଗ, ସାମୁଦ୍ରିକ ଥାନା ଓ ଜିଲ୍ଳା ସାମୁଦ୍ରିକ ମସô୍ୟ ଅଧିକାରୀଙ୍କୁ ନେଇ ଏକ ଟାକ୍ସ ଫୋର୍ସ ଗଠନ କରାଯାଇ ପାରମ୍ପରିକ ଗରିବ ମସô୍ୟଜୀବୀମାନଙ୍କୁ ସୁରକ୍ଷା ଦିଆଯିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।