ନିଶାମୁକ୍ତ ଅଭିଯାନ
ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତଙ୍କ ସଭାପତିତ୍ୱ ଓ ଜାତୀୟ ସେବା ଯୋଜନା କୋଡିନେଟର ଅଧ୍ୟାପକ ସନ୍ତୋଷ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ଅଜୟ କୁମାର କୁଣ୍ଡ, ଡ. ମିର୍ଜା ଇବ୍ରାହିମ ବେଗ, ଡ. ରଞ୍ଜନ ରଥ, ଡ. ଜୟନ୍ତ ମଲ୍ଲିକ, ପ୍ରଫେସର ଶରତ ଚନ୍ଦ୍ର ବାରିକ, ପ୍ରଫେସର ତୃପ୍ତି ରାଉତ, ପ୍ରଫେସର ସଞ୍ଜୟ ମହାନ୍ତି ଓ ଅଧ୍ୟାପକ ଦେବଦାସ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ କଲେଜରୁ ଏକ ଶୋଭାଯାତ୍ରାରେ ବାହାରି କଣ୍ଟପଡ଼ା ବଜାର, ଚନ୍ଦନପୋଖରୀ ଛକ, ଅଶୋକ ବଜାର, ମେଡିକାଲ ରୋଡ ଆଦି ପରିକ୍ରମା କରି ନିଶା ଠାରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ବାର୍ତ୍ତା ପ୍ରେରଣ କରିଥିଲେ ।