ବେଆଇନ ହର୍ଣ୍ଣ ବିରୋଧରେ ଏସ୍ଟିଏର କଡା ଆଭିମୁଖ୍ୟ
କଟକ/ଭୁବନେଶ୍ୱର: ମୋଟର ଯାନରେ ବିକଟାଳ ଶବ୍ଦଯୁକ୍ତ ପ୍ରେସର ହର୍ଣ୍ଣ ଓ ମଲ୍ଟିଟୋନ୍ ହର୍ଣ୍ଣ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛି ରାଜ୍ୟ ପରିବହନ ପ୍ରାଧିକରଣ । ଏଭଳି ବେଆଇନ ହର୍ଣ୍ଣ ବିରୋଧରେ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର । ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟିମ୍ ଗଠନ କରାଯାଇ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଚାଲାଣ କଟୁଥିବା ବେଳେ ଗାଡ଼ିରୁ ବେଆଇନ ହର୍ଣ୍ଣକୁ ମଧ୍ୟ ବାହାର କରିଦିଆଯାଉଛି । ବାଲେଶ୍ୱରରେ ୪୮, ଚଣ୍ଡିଖୋଲରେ୨୦, ସୋନପୁରରେ ୧୦, ନୟାଗଡ଼ରେ ୧୯, ରାଉରକେଲାରେ ୧୪, ବଲାଙ୍ଗିରରେ ୧୨ ସେହିଭଳି ଦେବଗଡ଼ରେ ୨, ଗଞ୍ଜାମରେ ୧୬, ଭଞ୍ଜନଗରରେ ୭ଟି ଗାଡିର ଚାଲାଣ କଟିଥିବା ବେଳେ, ବେଆଇନ ହର୍ଣ୍ଣ ହଟାଯାଇଛି । ବରଗଡରେ ୧୨ଟି ଗାଡି ବିରୋଧରେ ଚାଲାଣ କଟିଛି । ଝାରସୁଗୁଡ଼ାରେ ୧୮ଟି ଗାଡିର ଚାଲାଣ କଟିଥିବା ଢେଙ୍କାନାଳରେ ୧୭ ସୁନ୍ଦରଗଡ଼ରେ ୯ଟି ଗାଡି ବିରୋଧରେ ଚାଲାଣ କଟିଥିବା ବେଳେ, ୧୧ ହର୍ଣ୍ଣ ବାହାର କରାଯାଇଛି । ଅନୁଗୁଳରେ ୧୪, ଭଦ୍ରକରେ ଯାଞ୍ଚ ବେଳେ ୩ ଗାଡିର ଚାଲାଣ କଟିଛି । ମାଲକାନଗିରିରେ ୨, ଫୁଲବାଣୀରେ ୯ଟି ଗାଡିର ଚାଲାଣ କଟିଥିବା ବେଳେ, ନୂଆପଡ଼ାରେ ୩ଟି ଗାଡ଼ି ବିରୋଧରେ ଚାଲାଣ କଟିଛି । ଗଜପତିରେ ୨ଟି ଗାଡ଼ି ବିରୋଧରେ ଚାଲାଣ କଟିଛ । କୋରାପୁଟରେ ୭ ଗାଡିର ଚାଲାଣ କଟିଛି,ସ ୧୦ଟି ବେଆଇନ ବେଆଇନ ହର୍ଣ୍ଣ ବାହାର କରାଯାଇଛି ।ତାଳଚେରରେ ୩ଟି ଗାଡିର ଚାଲାଣ କଟିଛି । ୩ଟି ଗାଡ଼ିରୁ ବେଆଇନ ହର୍ଣ୍ଣ ହଟାଯାଇଛି । ରାଇରଙ୍ଗପୁରରେ ୫ ଗାଡ଼ିର ଚାଲାଣ କଟିଛି । ବଡବିଲରେ ୫ ଗାଡିର ଚାଲାଣ କଟିଛି, ୮ ବେଆଇନ ହର୍ଣ୍ଣ ବାହାର କରାଯାଇଛି । କଳାହାଣ୍ଡିରେ ୮ ଗାଡିର ଚାଲାଣ କଟିଛି । ନବରଙ୍ଗପୁରରେ ୯ ଗାଡିର ଚାଲାଣ କଟିଛି, ୯ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ବୌଦ୍ଧରେ ୪ ଗାଡିର ଚାଲାଣ କଟିଛି । ୪ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଜଗତସିଂହପୁରରେ ୬ ଗାଡିର ଚାଲାଣ କଟିଛି । ୨୦ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଆଗକୁ ଏହି ଯାଞ୍ଚ ଆହୁରି ବ୍ୟାପକ କରାଯିବ ବୋଲି ପରିବହନ ଆୟୁକ୍ତ ସୂଚନା ଦେଇଛନ୍ତି । ବେଆଇନ ହର୍ଣ୍ଣ ଦ୍ୱାରା ଶବ୍ଦ ପ୍ରଦୂଷଣ ସହ ଅନ୍ୟ ସଡକ ବ୍ୟବହାରକାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମୋଟର ଯାନ ଆଇନରେ ଏଭଳି ବିକଟାଳ, ଉଚ୍ଚସ୍ୱର ଯୁକ୍ତ ପ୍ରେସର ହର୍ଣ୍ଣ, ମଲ୍ଟିଟୋନ୍ ହର୍ଣ୍ଣ ବିରୋଧରେ କାର୍ଯ୍ୟାନୁଷ୍ଠାନର ନିୟମ ରହିଛି । ସେହି ଆଧାରରେ ସମସ୍ତ ଆରଟିଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଜାରି କରାଯାଇଛି ।