‘ଦେବକନ୍ୟା’ ଉନ୍ମୋଚିତ 

ତିର୍ତ୍ତୋଲ: ଚେଳିତୋଳ ବାଲିଯାତ୍ରା ମହୋତ୍ସବ ସାଂସ୍କୃତିକ ମଞ୍ଚରେ ଝଙ୍କଡ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ କବୟିତ୍ରୀ ମାନସୀପ୍ରଭା ସ୍ୱାଇଁଙ୍କ କବିତା ସଂକଳନ ‘ଦେବକନ୍ୟା’ ଉନ୍ମୋଚିତ ହୋଇଛି । ଏଥିରେ ଅତିଥି ଭାବେ ପ୍ରାଧ୍ୟାପିକା ଡ. ବିଷ୍ଣୁପ୍ରିୟା ଦାସ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି, ଡ.ଆତତୀ ତ୍ରୀପାଠୀ, ଡ.ବସନ୍ତ ମଞ୍ଜରୀ ଦାସ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ସଂସଦର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ, ସମ୍ପାଦକ ଗୋଲୋକ ବିହାରୀ ପଲାଇ ପ୍ରମୁଖ ଯୋଗଦେଇ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । କବୟୁତ୍ରୀ ପଦ୍ମାବତୀ ମିଶ୍ର ଏହି ପୁସ୍ତକର ସମୀକ୍ଷା କରିଥିଲେ । କବୟିତ୍ରୀ ଶ୍ରୀମତୀ ସ୍ୱାଇଁଙ୍କ ଏହା ଦ୍ୱିତୀୟ ପୁସ୍ତକ । ତାଙ୍କର ପ୍ରଥମ ପୁସ୍ତକ ‘ମାନସୀ କନ୍ୟା’ ପ୍ରକାଶିତ ହୋଇଥିଲା । ଶ୍ରୀମତୀ ସ୍ୱାଇଁ ପୁସ୍ତକ ସମ୍ପର୍କରେ ସୂଚନା ଦେବା ସହ ଏହା ପାାଠକୀୟ ଆଦୃତ୍ତି ଲାଭ କରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ବାସବ କୁମାର ନନ୍ଦ, ଦିଗମ୍ବର ରାଉତ, ସବିତା ନାୟକ, ଅଶୋକ ଲେଙ୍କା, ଝୁଲରାମ ଦାସ, ଅଞ୍ଜନା ମହାନ୍ତି, ପ୍ରତିଭା ମିଶ୍ର, ଅନ୍ନପୂର୍ଣ୍ଣା ତ୍ରିପାଠୀ, ନିତ୍ୟାନନ୍ଦ ନାୟକ, ପ୍ରଭାତ ପରିଜା, ଜୟନ୍ତୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।