ଏନ୍ସିସି ଦିବସ ଅବସରରେ ରକ୍ତଦାନ ଶିବିର
ବ୍ୟାସନଗର :ଶନିବାର ଏନ୍ସିସି ଦିବସ ଉପଲକ୍ଷେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍ସିସି ବିଭାଗ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଏନ୍ସିସି ଅଫିସର କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ କ୍ୟାଡେଟମାନେ ରକ୍ତଦାନ କରିବା ପାଇଁଁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରକ୍ତଭଣ୍ଡାର କାର୍ଯ୍ୟାଳୟରେ ଦିବା ୯ଘଟିକା ସମୟରେ ପହଁଚି ଥିଲେ । ସେଠାରେ ମେଡିକାଲ ଅଫିସର୍ ପେଡିଏଟ୍ରିକ୍ସ ସ୍ପେସାଲିଷ୍ଟ ଡଃ ଗୈାତମ କୁମାର ସାହୁ, ଲାବରୋଟୋରୀ ଆସିଷ୍ଟାଣ୍ଡ ସମ୍ବିତ କୁମାର ମଲ୍ଲିକ, ନର୍ସିଂ ଅଫିସର ସୁସ୍ମିତା ଦେ, ଆଟେଣ୍ଡାଣ୍ଟ ନିରଞ୍ଜନ ଯେନା କ୍ୟାଡେଟ ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ୱିବେଦୀ ନିଜେ ଉପସ୍ଥିତ ରହି କ୍ୟାଡେଟ ମାନଙ୍କୁ ରକ୍ତଦାନ କରିବା ପାଇଁଁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ୧ ଓଡ଼ିଶା ବାଟାଲିୟନ୍ର କ୍ୟାଡେଟ ଧୁବ୍ରାଜ୍ ଟୁଡୁ, ସାହିନା ଖାତୁନ୍ ଓ ୭ ଓଡିଶା ବାଟାଲିୟନ୍ର କ୍ୟାଡେଟ ପ୍ରୀତ ଦାସ, ପ୍ରୀତମ ଦାସ, ସୁଶିଲ କୁମାର ସାମଲ ପ୍ରଭୃତି ଅନେକ କ୍ୟାଡେଟ ରକ୍ତଦାନ କରି ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ଜେୟୁ ଓ ବିଶ୍ୱଜିତ ପ୍ରଧାନ କାର୍ଯ୍ୟ କ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ଅବସରରେ ଆସନ୍ତାକାଲି ମହାବିଦ୍ୟାଳୟରଏନ୍ସିସି ବିଭାଗରୁ ୩ଜଣ ଏନ୍ସିସି ଅଫିସର ଓ ୧୦୦ଜଣ କ୍ୟାଡେଟ୍ କଟକର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ୭୬ତମ ରାଜ୍ୟସ୍ତରୀୟ ଏନ୍ସିସି ଦିବସରେ ଯୋଗଦାନ କରିବେ ବୋଲି କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।