୮ଫୁଟର ଅଜଗର ସାପ ଉଦ୍ଧାର
ତାଳଚେର: ତାଳଚେର ଲିଙ୍ଗରାଜ ବାଲୁଙ୍ଗା କୋଲକରିଡ଼ର ରାସ୍ତା ନିକଟରେ ଏକ ଟ୍ରକ (ନଂ- ଓଡ଼ି୧୫ଏ - ୫୫୬୫) କୋଇଲା ଲୋର୍ଡିଂ ପାଇଁ ଅପେକ୍ଷା କରି ଚାଳକ ସ୍ଥାନୀୟ ଢ଼ାବାକୁ ଯାଇଥିଲେ । ସେଠାରୁ ସେ ଟ୍ରକ ପାଖକୁ ଫେରିବା ପରେ ଦେଖିବାକୁ ପାଇଲେ ୮ଫୁଟର ଗୋଟିଏ ଅଜଗର ସାପ ଡ଼ାଲା ଭିତରେ ରହିଥିଲା । ସେ ଏହା ଦେଖି ଲୋକଙ୍କୁ କହିଥିଲେ ଏବଂ ସାପକୁ ଦେଖିବାକୁ ଘଟଣା ସ୍ଥଳରେ ଲୋକ ରୁଣ୍ଢ ହୋଇଥିଲେ । ସେମାନେ ତୁରନ୍ତ ସ୍ନେକ ହେଲପ ଲାଇନକୁ ଯୋଗାଯୋଗ କରିବାରୁ ସେହି ଅଞ୍ଚଳର ଟୁଟୁ ଭୂତିଆ ଟ୍ରକ ଡାଲାରୁ ଅଜଗର ସାପକୁ ଉଦ୍ଧାର କରି ସ୍ଥାନୀୟ ରାଣୀପାର୍କରେ ଛାଡ଼ିଥିବା ଜଣାପଡ଼ିଛି ।