ଚେଳିତୋଳ ବାଲିଯାତ୍ରା ମହୋତ୍ସବ
ତିର୍ତ୍ତୋଲ: ତିର୍ତ୍ତୋଲ ନିକଟ ଗୋପିଆକୁଦ ମହାନଦୀ ବେଳାଭୂମିରେ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ୭ଦିନ ବ୍ୟାପି ଚାଲିଥିବା ଉକ୍ରଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ କରୁଥିବା ଚେଳିତୋଳ ବାଲିଯାତ୍ରା ଉଦଯାପିତ ହୋଇଯାଇଛି । ଉଦଯାପନ ସନ୍ଧ୍ୟା ସାଂସ୍କୃତିକ ଉତ୍ସବରେ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ତିର୍ତ୍ତୋଲ ବିଧାୟକ ଡ.ରମାକାନ୍ତ ଭୋଇ ଅଧ୍ୟକ୍ଷତା କରି ଏହି ମହୋତ୍ସବ ୭ଦିନ ଧରି ସଫଳତାର ସହ ଆୟୋଜନ ହୋଇପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ମହୋତ୍ସବରେ ପ୍ରଥମ କରି ନିଆରା ଢଙ୍ଗରେ ବୋଇତ ବନ୍ଦାଣରେ ସାତ ଜଣ ସାଧବ ପୁଅ ଓ ସାଧବାଣୀ ବେଶରେ ଯୋଗଦେଇଥିଲେ । ଏହି ମହୋତ୍ସବ ୨୩ ବର୍ଷରେ ପଦାର୍ପଣ କରିଥିବାବେଳେ ୨ବର୍ଷ ପରେ ଏହାର ରୌପ୍ୟ ଜୟନ୍ତୀକୁ ଆହୁରୀ ଆକର୍ଷଣୀରେ ଢଙ୍ଗରେ ପାଳିତ ହେବ ବୋଲି କହିଥିଲେ ।
ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ରଘୁନନନ୍ଦନ ଦାସ, ସମ୍ମାନିତ ଅତିଥି ବାଲିକୁଦା-ଏରସମା ବିଧାୟକ ସାରଦା ଜେନା, ସ୍ୱତନ୍ତ୍ର ଅତିଥି ପାରାଦ୍ୱୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ସମ୍ମାନିତ ଅତିଥି ୍ର ତିର୍ତ୍ତୋଲ ତହସଲିଦାର କଳ୍ପନା ତପସ୍ୱିନୀ ନାୟକ ପ୍ରମୁଖ ଯୋଗଦେଇ ଓଡିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବୀତ କରିବାରେ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ରାଜ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମତଦେଇଥିଲେ । ସାଂସ୍କୃତିକ ମଞ୍ଚରେ ପ୍ରଥମ କରି ବାବା ସଦାନନ୍ଦ ମହାପ୍ରଭୂ ଜଗନ୍ନାଥଙ୍କ ଉଦେଶ୍ୟରେ ଅଧରପଣା ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ମାନେ ତିର୍ତ୍ତୋଲ ବ୍ଲକରେ ମାଟ୍ରିକ ଟପ୍ପର ହୋଇଥିବା କୃତୀ ଛାତ୍ରୀ ସଅରା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତଥା ବରୁଣ ପଡା ଗ୍ରାମର ସୁଧାଂଶୁ ଶେଖର ମୁଦୁଲି ଓ ସ୍ମିତାମୟୀ ସ୍ୱାଇଁଙ୍କ କନ୍ୟା ଆର୍ଯ୍ୟା ଅନନ୍ୟାଙ୍କୁ ସମ୍ବର୍ଦ୍ଦନା ପ୍ରଦାନ କରାଯାଇଥିଲା । ସୁରେନ୍ଦ୍ର ମହାପାତ୍ର ଅତିଥି ପରିଚୟ ଓ ସମ୍ବିତ ଲେଙ୍କା ଧନ୍ୟବାଦ ପ୍ରଦାନ କରିଥିଲେ । ବିମଳ ମହାପାତ୍ର, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ତପନ ମହାନ୍ତି, ଦେବ ମହାନ୍ତି, ନିହାର ମହାନ୍ତି, ଅମରଜ୍ୟୋତି ସାହୁ, ଯଶୋବନ୍ତ ରାଉତ, ଦେବୀପ୍ରସାଦ ମହାପାତ୍ରଙ୍କ ସମେତ କମିଟି ସଭ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।