ଅସହାୟ ମହିଳାଙ୍କୁ ଉପଜିଲ୍ଲାପାଳଙ୍କ ସହାୟତା
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ବଗାଧର ବସ୍ତିର ଅସହାୟ ମହିଳା ବାସନ୍ତୀ ସାହୁ (୫୪)ଙ୍କର ଚିକିତ୍ସା ନିମନ୍ତେ ତାଳଚେର ଉପଜିଲ୍ଲାପାଳ ସମୀର ଜେନା ରେଡ୍ରକସ୍ରୁ ୫ହଜାର ଟଙ୍କା ପ୍ରଦାନ କରିବା ସହ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା କରାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ, ଉକ୍ତ ମହିଳାଙ୍କ ଡ଼ାହାଣ ପାଶ୍ୱର୍ର ଆଖିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବାକୁ ବସିଥିବା ବେଳେ ଅର୍ଥାଭାବରୁ ସେ ଚିକିତ୍ସା କରାଇ ପାରୁନଥିଲେ । ଏହି ଘଟଣା ବରିଷ୍ଠ ସମାଜସେବୀ ବଳରାମ ପତି ଜାଣିବା ପରେ ତାଳଚେର ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ତାଙ୍କୁ ରେଡ୍କ୍ରସରୁ ୫ହଜାର ଟଙ୍କା ଦେଇ ତୁରନ୍ତ ଚିକିତ୍ସା ପାଇଁ ପଠାଇଥିଲେ । ସରକାର ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପ୍ରବଧାନ ରହିଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ଅଭାବରୁ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ରେ ଅସହାୟ ରୋଗୀ ସରକାରଙ୍କ ବହୁ ସୁବିଧାରୁ ବଂଚିତ ରହୁଛନ୍ତି ।