୨୬ରେ ଜିଲ୍ଲାସ୍ତରୀୟ ପେନ୍ସନ୍ ଅଦାଲତ

 ବାଲେଶ୍ୱର: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡ଼ିଶା ପ୍ରଧାନ ମହାଲେଖାକାରଙ୍କ ନିଦେ୍ର୍ଦଶକ୍ରମେ ଆସନ୍ତା ୨୬ ତାରିଖ ମଙ୍ଗଳବାର ଦିନ ଜିଲ୍ଲାସ୍ତରୀୟ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ସକାଳ ଘ ୧୦ ଟିକା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପେନସନ ଅଦାଲତରେ ସରକାରଙ୍କର ବିଭିନ୍ନ ବିଭାଗର ପେନସନ ମଞ୍ଜୁରକର୍ତ୍ତାମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ, ଏଜି କାର୍ଯ୍ୟାଳୟକୁ ପେନସନ ମଞ୍ଜୁରୀ ନିମନ୍ତେ ପଠାଇବା, ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅବସରକାଳୀନ ଦେୟ କାଗଜପତ୍ର ଓ ସେମାନଙ୍କର ପ୍ରାପ୍ୟ ଠିକ ସମୟରେ ପାଇବା ନିମିତ୍ତ ତଥ୍ୟ ପ୍ରଦାନ କରାଯିବ । ଏଜି କାର୍ଯ୍ୟାଳୟ ପକ୍ଷରୁ ପେନସନରମାନଙ୍କ ଅବସର କାଳୀନ ପ୍ରାପ୍ୟ ଫଇସଲା ପାଇଁ ଏହି ଭଳି କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିବେ ।