କୃଷି ଯନ୍ତ୍ରପାତି ମେଳା ଉଦ୍ୟାପିତ
ତାଳଚେର: ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଦିବସରେ ମୁଖ୍ୟଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା (ଆଇଏଏସ୍) ଯୋଗ ଦେଇଥିଲେ । ତାଳଚେର କୃଷି ଜିଲ୍ଲା ଅଧିକାରୀ ଦିଲ୍ଲୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା କରିବା ସହ ମେଳାର ଆଭିମୁଖ୍ୟ ଏବଂ ପ୍ରାସଙ୍ଗିକତା ଉପରେ ଆଲୋଚନା କରି ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ନିର୍ବାହୀ ଯନ୍ତ୍ରୀ (କୃଷି) ଢେଙ୍କାନାଳ ପ୍ରଦୁ୍ୟତ୍ କୁମାର ପଟ୍ଟନାୟକ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ସରୋଜ କୁମାର ସାହୁ, ସହକାରୀ କୃଷି ନିର୍ବାହୀ ଅଧିକାରୀ ବ୍ରଜବନ୍ଧୁ ସ୍ୱାଇଁ, ପ୍ରମୋଦ କୁମାର ଦାସ ପ୍ରମୁଖ ମଂଚାସୀନ ଥିଲେ । ଏହି ମେଳାରେ ୩୬ଟି କୃଷି ଯନ୍ତ୍ରପାତି ପ୍ରଦର୍ଶନ ଷ୍ଟଲ ସହିତ ବିଭାଗୀୟ ପ୍ରଦର୍ଶନ ଷ୍ଟଲ୍ ଗୁଡିକ ଚାଷୀଙ୍କ ମଧ୍ୟରେ ବେଶ୍ ଆଦୃତ ଲାଭ କରିପାରିଥିଲା । ଏହି ମେଳାକୁ ତାଳଚେର ଉପଖଣ୍ଡ କୃଷି ବିଭାଗ ଅଧିକାରୀ ଓ କର୍ମଚାରୀ ଏବଂ ବ୍ଲକ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସାହୁ, ସହକାରୀ କୃଷି ଅଧିକାରୀ ଅବିନାଶ ନାହାକ, କୃଷି ଅଧିଦର୍ଶକ ସୁନିଲ୍ କୁମାର ଶତପଥି, ଆଶୋକ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି ମେଳାରେ ବହୁ ଚାଷୀ ଯୋଗ ଦେଇ ସରକାରଙ୍କ ଦ୍ୱାରା ସବ୍ସିଡି ଜରିଆରେ କୃଷି ଯନ୍ତ୍ରପାତି କ୍ରୟ କରି ଲାଭ ଉଠାଇଥିଲେ ।