ବିଜେପିର ସଙ୍ଗଠନ ପର୍ବ କର୍ମଶାଳା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି ସଂଗଠନ ପର୍ବ କର୍ମଶାଳା ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତାଙ୍କୁ ଜିଲ୍ଲାର ସମସ୍ତ ଚାରୋଟି ବିଧାନସଭାରେ ୪ ବିଧାୟକ ଓ ସାଂସଦଙ୍କୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ୬ମାସ ଭିତରେ ବହୁ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରାଯାଇଛି ଓ ଆଗାମୀ ଦିନରେ ଆମ ସରକାର ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଅଛି ତାହା ପୂରଣ କରିବ । ତେଣୁ ଏ ସବୁର ସୁଫଳ ଯେପରି ବାଟମାରଣା ନ ହୋଇ ସାଧାରଣ ଜନତାଙ୍କ ନିକଟକୁ ଯିବ ସେଥିପାଇଁ ସମସ୍ତ କାର୍ଯ୍ୟକର୍ତା ଓ ନେତୃବୃନ୍ଦ ସଜାଗ ରହିବାକୁ ପଡିବ । ଏଥିପାଇଁ ବୁଥ୍ସ୍ତରରେ ସଂଗଠନକୁ ଅଧିକ ଦୃଢ କରିବା ସହ କ୍ରିୟାଶୀଳ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଢେଙ୍କାନାଳ ପ୍ରସିଦ୍ଧ ଶୈବପୀଠ କପିଳାସ, ତୀର୍ଥକ୍ଷେତ୍ର ସପ୍ତଶଯ୍ୟା ଓ ମହିମାଧର୍ମର ମୁଖ୍ୟପୀଠ ଯୋରନ୍ଦା ସମେତ ଅନ୍ୟାନ୍ୟ ଧର୍ମସ୍ଥଳୀ ଓ ପର୍ଯ୍ୟଟନ ଗୁଡିକର ଯଥାଶୀଘ୍ର ଉନ୍ନତି ଓ ବିକାଶ କରାଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟବକ୍ତା ଯୋଗଦେଇ  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଷୀଙ୍କ ଉନ୍ନତି ଓ ତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଉପରେ ଆଲୋକପାତ କରି ଚଳିତ ବର୍ଷ ଧାନବିକ୍ରି ବେଳେ ମଣ୍ଡିରେ କଟ୍ନୀ ଛଟ୍ନୀ ହେବ ନାହିଁ । ଚାଷୀ ଧାନ କ୍ୱିଂଟାଲ୍ ପ୍ରତି ୩୧୦୦ ଟଙ୍କା ତୁରନ୍ତ ପାଇବେ । ଦଲାଲ୍ଙ୍କ ପାଦ୍ରୁଭାବକୁ ଦୃଢ ହସ୍ତରେ ଦମନ କରାଯିବା ପାଇଁ ନିଷ୍ପତି ହୋଇଛି । ଦଲାଲ୍ଙ୍କ କଥାରେ ନପଡି ଘରେ ଧାନ ବିକ୍ରି ନକରି ସିଧାସଳଖ ମଣ୍ଡିରେ ବିକ୍ରି କରିବା ନିମନ୍ତେ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ । ଏବଂ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତ୍ୟେକ ମଣ୍ଡିରେ ବିଜେପିର କାର୍ଯ୍ୟକର୍ତା ଜାଗ୍ରତ ପ୍ରହରି ଭାବେ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ସାଂସଦ ରୁଦ୍ରନାରାୟଣ ପାଣି ଜିଲ୍ଲାର ସଂଗଠନ ବାବଦରେ ଆଲୋଚନା କରିବା ସହ ସାଂଗଠନିକ ନିର୍ବାଚନକୁ ସହମତି ଭିତରେ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ଉପସଭାପତି ଶ୍ରୀ ମହାପାତ୍ର ୪ ବିଧାନସଭା ଅନ୍ତର୍ଗତ ପ୍ରତ୍ୟେକ ମଣ୍ଡଳରେ ଅଧିକରୁ ଅଧିକ ସକ୍ରିୟ ସଦସ୍ୟ କରିବା ସହ ସମୟ ଅନୁଯାୟୀ ସାଂଗଠନିକ ନିର୍ବାଚନ ଶେଷ କରିବା ଓ ଜନସାଧାରଣଙ୍କ ସମସ୍ୟାଗୁଡିକୁ ଠିକ୍ ଭାବେ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଡବଲ୍ ଇଞ୍ଜିନ୍ର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ପାଇଁ କାର୍ଯ୍ୟକର୍ତାଙ୍କୁ କହିଥିଲେ । କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ହିନେ୍ଦାଳ ସୀମାରାଣୀ ନାୟକ କାର୍ଯ୍ୟକର୍ତାମାନଙ୍କୁ ତୃଣମୂଳସ୍ତରରୁ ସଂଗଠନକୁ ଦୃଢ କରିବା ସହ ଜନସାଧାରଣଙ୍କ ଦୁଃଖସୁଖରେ ସାଥୀ ହୋଇ ସେମାନଙ୍କର ସମସ୍ୟା ବାବଦରେ ତାଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ ।  ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ଉପସଭାପତି ଗୋଲେଖ ପ୍ରସାଦ ମହାପାତ୍ର କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ଜିଲ୍ଲା ସାଂଗଠନିକ ନିର୍ବାଚନ ଅଧିକାରୀ ଶ୍ରୀମତୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ଉପ-ନିର୍ବାଚନ ଅଧିକାରୀ ବିଷ୍ଣୁ ପ୍ରସାଦ ଲେଙ୍କା, ଯଶସ୍ୱିନୀ ରାଉତ, ସକ୍ରିୟ ସଦସ୍ୟତା ଯାଞ୍ଚ ଅଧିକାରୀ ସୁନିଲ୍ ଶର୍ମା ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା, ଜିଲ୍ଲା ମିଡିଆ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଇତିଶ୍ରୀ ସାହୁ, ଭାରତୀ ସ୍ୱାଇଁ, ଶିବପ୍ରସାଦ ସାହୁ, ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତା ସ୍ୱାଇଁ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ୍ ଯଶୋବନ୍ତ ମହିମା, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସହଦେବ ପୃଷ୍ଟି, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ଅଞ୍ଜନ ପାଣି, ଜିଲ୍ଲା ଆଇ.ଟି ସେଲ୍ ପ୍ରଭାରୀ ରମ୍ୟ ରଞ୍ଜନ ମହାପାତ୍ର, ବୁଦ୍ଧିଜୀବୀ ଆବାହକ ସେଲ୍ ପ୍ରମୋଦ ନନ୍ଦ, ବରିଷ୍ଠ ନେତା ହର୍ଷବର୍ଦ୍ଧନ ସିଂହଦେଓ, ଶାନ୍ତି ଭୂଷଣ ପଣ୍ଡା, ଅକ୍ଷୟ ମହାନ୍ତି, ପଦ୍ମଭୂଷଣ ସାହୁ, ସନ୍ତୋଷ ରାଉତ, ରୁଦ୍ରନାରାୟଣ ତ୍ରିପାଠୀ, ରଶ୍ମିରଞ୍ଜନ ଦାସ, ରମେଶ ସାମଲ, ନଗର ମଣ୍ଡଳ ସଭାପତି ଧୃବ ଚରଣ ସ୍ୱାଇଁ, ମଧୁସ୍ମିତା ପୁହାଣ, ସୋନି ସାହୁ, ଉଲି ନାୟକ, ସୁନିତା ନାଥ, ମାଳବିକା ସ୍ୱାଇଁ, ସୁଚିତ୍ର ବେହେରା, କାଉନ୍ସିଲର ସୂର୍ଯ୍ୟପ୍ରତାପ ରାଉତ, ବଳରାମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।