ଟ୍ରକ ଗୋମାଂସ ଚାଲାଣ ଘଟଣା ଅଭିଯୁକ୍ତ ଟ୍ରକ୍ ମାଲିକକୁ କୋର୍ଟ ଚାଲାଣ
ଜଟଣୀ: ଗତକାଲି ସକାଳ ସମୟରେ ଗୋ ମାଂସ ଚାଲାଣ ହେଉଥିବା ନେଇ ଗୋ ସୁରକ୍ଷା ମଞ୍ଚର ସଭ୍ୟ ଚିତ୍ତରଞ୍ଜନ ପ୍ରଧାନ ସୂଚନା ପାଇବା ପରେ ତୁରନ୍ତ ସେ ସ୍ଥାନୀୟ ହନୁମାନବାଟିକା ଛକ ନିକଟକୁ ଯାଇଥିଲେ ଓ ଅଭିଯୁକ୍ତ ଡ୍ରାଇଭରଙ୍କୁ ଏକ ଆଇଚର ଟ୍ରକ ସହିତ ଅଟକାଇଥିଲେ । ତଲାସି ବେଳେ ସେ ଉକ୍ତ ଟ୍ରକରେ ପଶୁ ମାଂସ ଓ ଚର୍ବି ଲୋଡ ହୋଇଥିବାର ଦେଖିଥିଲେ ଓ ଏନେଇ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରେ ପୁଲିସ ତଦନ୍ତ ପାଇଁ ଘଟଣା ସ୍ଥଳକୁ ଯାଇଥିଲେ ଓ ଅଭିଯୁକ୍ତଙ୍କୁ ପଶୁ ଚର୍ବି ଲୋଡ ହୋଇଥିବା ଟ୍ରକ ସହିତ କାବୁ କରି ଥାନାକୁ ଆଣିଥିଲେ । ଜଟଣୀ ଥାନା ପୁଲିସ ଏହି ଘଟଣାକୁ ଭଲ ଭାବରେ ପ୍ରମାଣିତ କରିବା ପାଇଁ ବ୍ଲକ୍ ପ୍ରାଣୀ ଚିକିସôା ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଓ ଆବଶ୍ୟକତା ଅନୁଯାୟୀ ପଶୁ ଚିକିସôକ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଥିଲେ । ଆହୁରି ଅଧିକ ଅନୁସନ୍ଧାନ ସମୟରେ ଏହା ଜଣାପଡ଼ିଲା ଯେ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଉକ୍ତ ଅଞ୍ଚଳରେ ବସବାସ କରନ୍ତି ଓ ଏନେଇ ସେଠାରେ ସାମ୍ପ୍ରଦାୟିକ ଦଙ୍ଗାର ସମ୍ଭାବନା ରହିଅଛି । ତଦନ୍ତ ସମୟରେ ଉତ୍ତରପ୍ରଦେଶ ଗାଜିଆବାଦ ଧଉଲାନା ଥାନା ଶେଖପୁର ଗ୍ରାମର ଇମରାନ ସଇଫି (୩୫)ଅଭିଯୁକ୍ତ ଡ୍ରାଇଭର ତଥା ମାଲିକ ଜଟଣୀ ବେଣାପଞ୍ଜରୀ ଗ୍ରାମରୁ ପଶୁମାନଙ୍କର ଚର୍ବି ସଂଗ୍ରହ କରିଥିଲେ ଓ ଏଫଏମସିଜି ଉତ୍ପାଦନ ପାଇଁ ଉତ୍ତରପ୍ରଦେଶକୁ ନେଉଥିବାର ଅପରାଧ ସ୍ୱୀକାର କରିଥିଲେ । ଏ ନେଇ ଜଟଣୀ ଥାନା ପୁଲିସ ୪୭୯/୨୪ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।