କେଡିଟ୍ କୋ-ଅପରେଟିଭ ସୋସାଇଟ୍ ପକ୍ଷରୁ ସହାୟତା

କେନ୍ଦ୍ରାପଡା: କେଡିଟ୍ କୋ-ଅପରେଟିଭ ସୋସାଇଟ୍ ପକ୍ଷରୁ ଗତ ୨୦ ତାରିଖରେ ଗୋପ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁତିଆଳ ଗ୍ରାମର ଚା' ଦୋକାନୀ ସନ୍ତୋଷ ସେନାପତିଙ୍କ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ, ତାଙ୍କ ଝିଆରୀ ଏବଂ ନାବାଳକ ପୁଅ ଗୁରୁତ ଆହତ ହୋଇ କଟକ ମୁଖ୍ୟ ଚିକିସôାଳୟରେ ଚିକିସôିତ ହେଉଥିବାର ଖବର ପାଇ କେନ୍ଦ୍ରାପଡା କେଡିଟ୍ କୋ-ଅପରେଟିଭ ସୋସାଇଟ୍ର ପ୍ରତିଷ୍ଠାତା ତଥା ସମବାୟବିତ୍ ପ୍ରମୋଦ ସାହୁ, ଟାଉନ ଶାଖା ପରିଚାଳକ ସୈାଭାଗ୍ୟ ମରୀ ନାୟକ, ହିସାବ ରକ୍ଷକ ପ୍ରଣବ ରାଉତରାୟ, ଦୈନିକ ଜମା ସଂଗ୍ରହକାରୀ ଦେବାଶିଷ ମିଶ୍ର, ନାରାୟଣ ମହାରଣା, ହୃଦାନନ୍ଦ ବାରିକ, ଅରକ୍ଷିତ ଜେନା, ରନ ରଣା ଓ ସଂଗ୍ରାମ ବେହେରା ପ୍ରମୁଖ ମୃତକଙ୍କ ଘରକୁ ଯାଇ ତାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ତାଙ୍କର ବିଧବା ପତ୍ନୀ ଗୀତାଳୀ ସେନାପତିଙ୍କୁ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା କେଡିଟ୍ କୋ-ଅପରେଟିଭ ସୋସାଇଟ୍ ପ୍ରାକୃତିକ ବିପର୍ଯ୍ୟୟ, ଅଗ୍ନି ବିପନ୍ନ ସହାୟତା ଓ ଉଚ୍ଚ ଶିକ୍ଷା ନିମନ୍ତେ ଗରିବ ମେଧାବୀ ଛାତ୍ରଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଆସୁଛି । ମୃତ ସନ୍ତୋଷ ଗରିବ ଥିବାରୁ ତାଙ୍କ ପରିବାରକୁ ଏକ କୋଟି ଟଙ୍କାର କ୍ଷତିପୂରଣ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାପାଇଁ ଶ୍ରୀ ସାହୁ ଦାବି ରଖିଛନ୍ତି । ଜାତୀୟ ରାଜପଥ ରେ ବେପରୁଆ ଭାବରେ ଗାଡି ଚାଳନା ଅବରୋଧ ପ୍ରଶାସନ ନିୟନ୍ତ୍ରଣ କରିବାକୁ ଜନ ସାଧାରଣ ପକ୍ଷରୁ ଦାବି ହେଉଛି ।