ନାବାଳିକାକୁ ବିବାହ, ଅଭିଯୁକ୍ତ ଗିରଫ 

 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନ ଅନ୍ତର୍ଗତ ଆଙ୍କୁର୍ଦା ଗ୍ରାମରେ ଜଣେ ନାବାଳିକାକୁ ବିବାହ କରି ବିକ୍ରି କରି ଦେଇଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତକୁ ଗଁଦିଆ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ୨୦୧୯ମସିହାରେ ଉକ୍ତ ଥାନ ଅନ୍ତର୍ଗତ ଆଙ୍କୁର୍ଦ୍ଦା ଗ୍ରାମରେ ଜଣେ ନାବାଳିକାକୁ ତାର ସମ୍ପର୍କୀୟ ଅଜା, କକା ମଧ୍ୟସ୍ଥି କରି ମଧ୍ୟପ୍ରଦେଶର ହେରପାଲ ଅହିରୱାରକୁ ବିବାହ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ଜିଲ୍ଲା ମଙ୍ଗଳ ବୋର୍ଡ ପକ୍ଷରୁ ଏକ ମାମଲା ଗଁଦିଆ ଥାନାରେ ରୁଜୁ ହୋଇଥିଲା । ସେହି ସମୟରେ ନାବାଳିକାର ଅଜା, କକା ଓ ମଧ୍ୟସ୍ଥିକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନଥିଲା । ତେବେ ଉକ୍ତ ନାବାଳିକାକୁ ବିବାହ କରି ତାକୁ ଗୁରୁଗାଓଁ ଠାରେ ବିକ୍ରି କରିଥିଲା । ପରେ ନାବାଳିକାକୁ ମୁମ୍ବାଇରୁ ଉଦ୍ଧାର କରାଯାଇଥିବା ବେଳେ ମୁଖ୍ୟ ଆସାମୀକୁ ପୁଲିସ ଗିରଫ କରି ପାରିନଥିଲା । ଯାହାଫଳରେ ଉକ୍ତ ଆସାମୀ ଗିରଫ ଧରିବା ପାଇଁ ଗଁଦିଆ ଥାନା ଅଧିକାରୀ ସଲିଳ କୁମାର ପ୍ରଧାନଙ୍କର ପ୍ରମୁଖ ମନିଟରିଂରେ ଗଁଦିଆ ଥାନା ସହକାରୀ ଅଧିକାରୀ ସୁବ୍ରତ କୁମାର ସାହୁ ମଧ୍ୟପ୍ରଦେଶର ସୋଗାର ଜିଲ୍ଲା ଅନ୍ତର୍ଗତ ବଣ୍ଡା ଥାନା ଅଧୀନ ମକୁଳମାଉ ଗ୍ରାମରୁ ସ୍ଥାନୀୟ ପୁଲିସ ସହଯୋଗରେ ତାକୁ ଗିରଫ କରିଥିଲେ । ଏବଂ ଅଭିଯୁକ୍ତକୁ  ଜେଏମଏଫସି ବଣ୍ଡା କୋର୍ଟରେ ହାଜର କରି ୩ଦିନିଆ ଟ୍ରାଜିଟି ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରି ତାକୁ ପୋସ୍କ କୋର୍ଟରେ ହାଜର କରିଛି ।