ଧନକଉଡା ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର

 ସମ୍ବଲପୁର: ଆଜି ଧନକଉଡା ବ୍ଲକ କାର୍ଯ୍ୟାଳୟରେ ସମ୍ବଲପୁର ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରମ ବୋନ୍ଦର ଏବଂ ଏସପି ମୁକେଶ ଭାମୁଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା  । ଏଥିରେ ସମୁଦାୟ ୭୨ ଟି ଆବେଦନ ଗ୍ରହଣ କରାଯାଇ ଥିଲା । ଯେଉଁଥିରୁ ୩୮ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୩୧ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା  । ୮ ଟି ଅଭିଯୋଗର ଶିବିରରେ ସମାଧାନ କରାଯାଇଥିଲା । ସିଏମଆରଏଫ ଅଧୀନ ରେ ସହାୟତା ପାଇଁ ୩ ଟି ଆବେଦନ ଆସିଥିଲା । ଆଜି ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ପୂର୍ବରୁ ୨ ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର ଓ ୧ ଜଣ ହିତାଧିକାରୀଙ୍କୁ ଟ୍ରାଇସାଇକଲ ପ୍ରଦାନ କରିବା ସହ ୫ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନା ରେ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା  । ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖ ରେ ରେଢାଖୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ, ୧୭ ତାରିଖରେ ଜମନକିରା ବ୍ଲକ୍ କାର୍ଯ୍ୟାଳୟ ଠାରେ, ୨୩ ତାରିଖ ରେ ରେଙ୍ଗାଲି ବ୍ଲକ୍ କାର୍ଯ୍ୟାଳୟ ଠାରେ, ୩୦ ତାରିଖ ରେ ଯୁଯୁମୁରା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।