ରାଜେନ୍ଦ୍ରଙ୍କ ବିସ୍ଫୋରଣ, ବିଜେଡ଼ିରେ କମ୍ପନ
rajendra sahu
ଭୁବନେଶ୍ୱର : ଯଦି ମୁଁ ଦଳରେ ବିଶୃଙ୍ଖଳିତ କାମ କରିଥିବାର ପ୍ରମାଣ ମିଳିବ, ମୁଁ ନଣ୍ଡା ହେବି । ଯେଉଁମାନେ ରାତି ପାହିଲେ ବିଶୃଙ୍ଖଳିତ କାମ କରନ୍ତି ସେମାନଙ୍କୁ ପୁରସ୍କାର ଦେଉଛନ୍ତି । ବିଜେଡ଼ି କ’ଣ କାହାର ବୋପା ସମ୍ପତ୍ତି କି ? ବୋଲି ରାଜେନ୍ଦ୍ର ପ୍ରଶ୍ନ କରିଛନ୍ତି । ଆମେ ବେପାରୀ ଘରର ପିଲା । ଜିରୋରୁ ସଂଗଠନ କରି ଜିତିକି ଆସିଛୁ । ୨୭ ବର୍ଷ ହେଲା ଜିତିକି ଆସୁଛୁ । ଖୋର୍ଦ୍ଧା ମାଟିକୁ ଚରଣ ଚୁତିଆ ବୋଲି କୁହାଯାଏ । ସାଙ୍ଗରେ ବୁଲୁଥିବା ଲୋକ ପଛପଟୁ ମାରିଦେବ । ପୂର୍ବରୁ ବହୁ ନେତା ବାହାଦୂରୀ ମାରୁଥିଲେ । ତମେ ଘରେ ବସିଯାଅ । ଭୋଟ ତମ ପାଖରେ କେବେ ଥିଲା କି ? ବାହାଦୂରୀ କଥା ବନ୍ଦ କରି ବାସ୍ତବ କଥାକୁ ଯାଆନ୍ତୁ । ଖୋର୍ଦ୍ଧା ହେଡ଼କ୍ୱାର୍ଟରରେ ବିଜେପି ସରକାର ଆସିଛି ବୋଲି ଆମ ସରପଞ୍ଚ, ସମିତିସଭ୍ୟ, ଅଧ୍ୟକ୍ଷ, କାଉନସିଲର ସବୁ ବିଜେପି ବିଧାୟକଙ୍କ ସହ ଯିବେ । ଅପରାଜିତା ଷଡ଼ଙ୍ଗୀଙ୍କୁ ଧରି ବେଗୁନିଆ ବିଧାୟକ ଉଦଘାଟନ କାର୍ଯ୍ୟକ୍ରମକୁ ଯାଉଛନ୍ତି ।
ବିଜେଡ଼ି କର୍ମୀ ଓ ନେତାଙ୍କୁ ଟାର୍ଗେଟ୍ କରି ସେ କହିଲେଯେ, ବିଜେପି ସରକାର ଆସିଛି ବୋଲି ବିଜେପି ବିଧାୟକମାନେ ଟେକି ପକାଇବେ ବୋଲି ଭାବୁଛନ୍ତି । ତାଙ୍କୁ ଫୁଲତୋଡ଼ା ଦେଇ ନିମନ୍ତ୍ରଣ ଦେଉଛନ୍ତି । ଆମେ ତମ ସହ ଅଛୁ ବୋଲି କହୁଛନ୍ତି । ଏମାନେ କ’ଣ ପାଇକ ମାଟିର ନେତା । ନିର୍ବାଚନ ପୂର୍ବରୁ ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟମାନେ ବିଜେପି ସହ ଯୋଗସୂତ୍ରରେ ରହିଲେ । କାର୍ଯ୍ୟାନୁଷ୍ଠାନ ନନେଲେ ସେମାନଙ୍କର ଡର କାହିଁକି ରହିବ ? ତଥାପିବି ସେଇ ନେତାଙ୍କୁ କୋଳରେ ପୂରାଇ ରଖିଛନ୍ତି । କାଲି ଏହାର ପ୍ରତିଫଳନ ଭୋଗିବାକୁ ପଡ଼ିବ । ଭଗବାନ ନେଲା ବେଳେ ସବୁ ନେଇଯାଆନ୍ତି । ଆତ୍ମସମାନ ଟିକକ ବି କାଲି ରହିବନି ବୋଲି ରାଜେନ୍ଦ୍ର କହିଛନ୍ତି ।
ମେ’ ୨୯ ମଧ୍ୟରାତ୍ର ଷଡ଼ଯନ୍ତ୍ର କଥା ଉଠାଇ ସେ କହିଲେଯେ, ସେତେବେଳେ ଅନେକ ଚୋର, ଖଣ୍ଟ, ଡକାୟତ ଦଳକୁ ଚାଲିଆସିଲେ । ଆମକୁ ସଫା କରିବାକୁ ବି ଉଦ୍ୟମ କରିଥିଲେ । ହେଲେ ନବୀନ ବାବୁଙ୍କୁ ଭଲ ପାଇ ମୁଁ ଦଳରେ ରହିଛି । ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଥିଲା । ଦଳ ବଦନାମ୍ ହୋଇନି, ହେଲେ ସରକାର ନାହିଁ । ଏହା ଆମର ଦୁର୍ଭାଗ୍ୟ ବୋଲି ସେ କହିଛନ୍ତି । ସଭ୍ୟ ସଂଗ୍ରହ ବେଳେ ନେତାମାନେ ମନଇଚ୍ଛା ନକରନ୍ତୁ । ଜଣଙ୍କୁ ହିଁ ଦାୟିତ୍ୱ ଦିଅନ୍ତୁ । ଯଦି ସେମିତି ନକରିବେ ତେବେ ଦଳ ଭୁଷୁଡ଼ିଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।