ଚିନ୍ତାରେ ରାହୁଲ ଗାନ୍ଧୀ, ଏ କ’ଣ ହୋଇଗଲା

ଚିନ୍ତାରେ ରାହୁଲ ଗାନ୍ଧୀ, ଏ କ’ଣ ହୋଇଗଲା

ନିର୍ବାଚନ ଫଳାଫଳକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାହୁଲ ଗାନ୍ଧୀ । ହରିୟାଣାରେ କଂଗ୍ରେସ ଜିତିବ ବୋଲି ରାହୁଲ ଗାନ୍ଧୀ ଆଶା ପ୍ରକାଶ କରିଥିଲେ । ଏକଜିଟ୍‌ ପୋଲକୁ ନେଇ ରାହୁଲ ବି ବେଶ୍‌ ଖୁସି ହୋଇଯାଇଥିଲେ । ସକାଳେ ଚା ପିଇବା ବେଳେ ରାହୁଲଙ୍କ ଖୁସି କିନ୍ତୁ ଟିଫିନ୍‌ ଖାଇବା ବେଳକୁ ନଥିଲା । ଜିତିବା ଖୁସିରେ ଚା’ ପିଆ ସରିବା ବେଳକୁ ବିଜେପି ଢେ଼ର ଆଗେଇ ଯାଇଥିଲା । ସେପଟେ ଜାମ୍ମୁକାଶ୍ମୀରରେ ଇଣ୍ଡିମେଂଟ ଭଲ ପ୍ରଦର୍ଶନ କରିଥିଲେ ବି ନାସନାଲ କନଫେରେନ୍ସ ନେତୃତ୍ୱରେ ହିଁ ସରାକର ଗଢ଼ାଯିବ ।
ଭୁଲ ପ୍ରମାଣିତ ହେବାକୁ ।ଉଛି ଏକଜିଟ୍‌ ପୋଲ୍‌ । ହରିୟାଣା ଓ ଜାମ୍ମୁକାଶ୍ମୀର ନିର୍ବାଚନକୁ ନେଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ୍‌ ପୋଲ୍‌ ଭୁଲ ପ୍ରମାଣିତ ହୋଇଛି । ଏକଜିଟ୍‌ ପୋଲରେ ଦର୍ଶାଯାଇଥିଲାେ, ହରିୟାଣାରେ କଂଗ୍ରେସ ସରକାର ଗଢ଼ିବ । ସେପଟେ ଜାମ୍ମୁକାଶ୍ମୀରରେ ଝୁଲା ସରକାର ଗଠନ ହେବ । କିନ୍ତୁ ବର୍ତମାନ ସୁଦ୍ଧା ଭୋଟ ଟ୍ରେଣ୍ଡ ଅନୁଯାୟୀ, ଜାମ୍ମୁକାଶ୍ମୀରରେ କଂଗ୍ରେସ ଓ ନାସନାଲ କନଫେରେନ୍ସ ମ୍ୟାଜିକ ଅଙ୍କ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ଯେତେବେଳେକି ହରିୟାଣାରେ ବିଜେପି ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ମଧ୍ୟ ଏବେକାର ଟ୍ରେଣ୍ଡରେ ବିଜେପି ଆଗରେ ରହିଛି । ତଥାପିବି ଗଣିତ ବଦଳିବ ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି । କାହିଁକିନା ଅନେକ ସ୍ଥାନରେ ଆଗୁଆ ଥିବା ପ୍ରାର୍ଥୀମାନେ ଖୁବ୍‌ କମ ଭୋଟରେ ଆଗୁଆ ଅଛନ୍ତି । ଏଯାଏଁ ୪୦% ଭୋଟ ହିଁ ଗଣତି ହୋଇଛି ।