ଜିଲ୍ଲା ଖଣିଜ ହରିଲୁଟ ମସୁଧା ପୋଖରୀ ପୁନରୁଦ୍ଧାର ନାମରେ ବ୍ୟାପକ ଦୁର୍ନୀତି


 କାଳିଆପାଣି: ଖଣି ପ୍ରଭାବିତ ଅଞ୍ଚଳର ଗୁଡ଼ିକର ବିକାଶ କରିବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏକ ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ଏହା ଖଣି ପ୍ରଭାବିତ ଅଞ୍ଚଳର ମେରୁଦଣ୍ଡ କହିଲେ କିଛି ଭୁଲ୍ ହେବ ନାହିଁ । ଗାଁ ଗୁଡିକର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରେ ଅର୍ଥ ବିନିଯୋଗ କରାଯାଉ ଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ସମେତ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ହରିଲୁଟ କରିଥିବାର ଅଭିଯୋଗ ହୋଇଛି । କାଳିଆପାଣି ପଞ୍ଚାୟତ ବିର୍ସାନଗରର ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ଖଣିଜ ପାଣ୍ଠି ହରିଲୁଟ ମସୁଧା କରାଯାଇଥିବା ଅଭିଯୋଗ ହୋଇଛି । ଗାଁର ଲୋକମାନେ କୁହନ୍ତି କି ଏହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଏକ ବର୍ଷ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ପୋଖରୀ ଚର୍ତୁପାର୍ଶ୍ୱରେ ଥିବା ହୁଡ଼ା ଗୁଡ଼ିକ ଧସି ପଡୁଛି । ଫଳକରେ ସୂଚିତ ଅନୁଯାୟୀ ଏହି କାର୍ଯ୍ୟ ଆର୍ଥକ ବର୍ଷ ୨୦୨୨-୨୩ରେ ଅଟକଳ ମୂଲ୍ୟ ୨୦ଲକ୍ଷ ହୋଇଥିବା ବେଳେ ତାହା ୧୪ ଲକ୍ଷ ୪୦ ହଜାର ୮୪୯ ଟଙ୍କାରେ ତାହା ଚୁକ୍ତି ହୋଇଥିଲା ଯାହା ଫଳକରେ ଉଲ୍ଲେଖ ରହିଛି । ପୋଖରୀ ପୁନରୁଦ୍ଧାର କରିବା ପରେ ହୁଡ଼ାର ମାଟି ଧସିଯିବା କଥା ସରପଞ୍ଚ ଓ ଗ୍ରାମବାସୀ ଠିକାଦାରଙ୍କୁ ଅବଗତ କରାଇବା ସହିତ ପୋଖରୀର ଚର୍ତୁପାର୍ଶ୍ୱରେ କଂକ୍ରିଟ ୱାଲ ନିର୍ମାଣ କରାଯିବା ପାଇଁ କହିଥିଲେ । ହେଲେ ଠିକାଦାର କୌଣସି କର୍ଣ୍ଣପାତ କରିନଥିଲେ ବୋଲି ଅଭିଯୋଗ ହୁଲ । ୱାଲ୍ ନିର୍ମାଣ ନକରିବା ଫଳରେ ପୋଖରୀ ଭିତରୁ ଉଠାଇ ଥିବା ମାଟି ପୁଣି ବର୍ଷାରେ ପୋଖରୀ ଭିତରକୁ ଧୋଇ ହୋଇଯାଉଛି । ଚଳିତ ବର୍ଷ ବହୁତ୍ କମ୍ ବର୍ଷାରେ ଏହିପରି ହେଉଛି ଯଦି ଅଧିକ ପରିମାଣରେ ବର୍ଷା ହେଲେ ସମ୍ପୂର୍ଣ୍ଣ ମାଟି ପୋଖରୀ ଭିତରକୁ ଚାଲି ଯିବାକୁ ଏଡାଇ ଦିଆଯାଇନପାରେ । ପୋଖରୀ ସ୍ନାନ କରିବା ପାଇଁ ପାହାଚ ନିର୍ମାଣ ହୋଇଥିବା ବେଳେ ତାହା ମଧ୍ୟ ନିମ୍ନ ମାନର ନିର୍ମାଣ କରାଯାଇଛି । ଯାହାକି ବାଲି ଓ ଗୁଡ଼ି ଅଧିକ ପରିମାଣରେ ଦିଆଯାଇଥିବା ବେଳେ ସିମେଣ୍ଟର ପରିମାଣ ବହୁତ୍ କମ୍ ଦିଆଯାଇଛି । ଫଳରେ ଗୋଡ଼ି ଗୁଡ଼ିକ ଦେଖା ଗଲାଣି । ସିମେଣ୍ଟ ଢ଼ଳାଇ କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ, ପୋଖରୀ ଚର୍ତୁପାର୍ଶ୍ୱରେ ୱାଲ୍ ନିର୍ମାଣ ନକରି ସମ୍ପୂର୍ଣ୍ଣ ଅର୍ଥ ଉଠାଇ ନିଆଯାଇଥିବା କୁହାଯାଉଛି । ଠିକାଦାର ଓ ସରକାରୀ ଅଧିକାରୀଙ୍କ ସହଭାଗିତାରେ ପୋଖରୀ ପୁନରୁଦ୍ଧରେ ନାଁରେ ବ୍ୟାପକ ଅର୍ଥ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୁଏ । ଜିଲ୍ଲା ଖଣିଜ ପାଣ୍ଠି ଗ୍ରାମର ବିକାଶ ପାଇଁ ବିନିଯୋଗ କରାଯାଉଥିବା ବେଳେ ଏହା କେବଳ ନାମକୁ ମାତ୍ର । ଗ୍ରାମର ବିକାଶ ନାମରେ ଠିକାଦାର ଓ ସରକାରୀ ଅଧିକାରୀଙ୍କ ବିକାଶର ମାଧ୍ୟମ ସାଜିଛି ଜିଲ୍ଲା ଖଣିଜ ପାଣ୍ଠି । କାର୍ଯ୍ୟ ପୁନର୍ବାର କରିବା ପାଇଁ ଦାବି ହୋଇଛି ।