ବ୍ରହ୍ମବରଦା ଗ୍ରାମ୍ୟ ବ୍ୟାଙ୍କ... କେୱାଇସି ଫର୍ମର କଳା ବଜାରୀ


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା:  ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହିତ ଆଧାର ସଂଯୋଗୀକରଣ ପାଇଁ କେୱାଇସି ଫର୍ମର ଆବଶ୍ୟକତା ରହିଛି । ଯାହାକି ସବୁ ବ୍ୟାଙ୍କ ବିନା ମୂଲ୍ୟରେ ତାର ଗ୍ରାହକ ମାନଙ୍କୁ ଯୋଗାଇ ଦେଇଥାଏ । କିନ୍ତୁ ରସୁଲପୁର ବ୍ଲକ ଅଧୀନ ବ୍ରହ୍ମବରଦା ଗ୍ରାମ୍ୟବ୍ୟାଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ କେୱାଇସି ଫର୍ମର କୂତ୍ରିମ ଅଭାବ ଯୋଗୁ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏଠାରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହିତ ଆଧାର ନଂ ଯୋଡ଼ିବାକୁ ଆସୁଥିବା ଗ୍ରାହକ ମାନଙ୍କୁ ଗ୍ରାମ୍ୟବ୍ୟାଙ୍କ କର୍ତ୍ତୃପକ୍ଷ କେୱାଇସି ଫର୍ମ କିଣିବାକୁ ବାହାରକୁ ପଠାଉଛନ୍ତି । ଯାହାଫଳରେ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଥିବା କିଛି ଅସାଧୁ ଦୋକାନୀ ଏହାର ସୁଯୋଗ ନେଇ କେୱାଇସି ଫର୍ମର କଳାବଜାରି ଆରମ୍ଭ କରିଦେଇଛନ୍ତି । ଫଳସ୍ୱରୂପ ଗୋଟିଏ କେୱାଇସି ଫର୍ମ ପିଛା ଗ୍ରାହକ ମାନଙ୍କଠାରୁ ୫ଟଙ୍କା ଲେଖାଏ ଆଦାୟ କରୁଛନ୍ତି । ଯାହାଦ୍ୱାରା ଗ୍ରାହକ ମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଏପରି କଳା ବଜାରୀକୁ ସମ୍ପୃକ୍ତ ବ୍ୟାଙ୍କ କିପରି ପ୍ରଶ୍ରୟ ଦେଉଛି ତାହା ଏବେ ଅଞ୍ଚଳରେ ସବୁଠୁ ପ୍ରଶ୍ନ । ଏନେଇ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଏହାକୁ ନେଇ ବ୍ରହ୍ମବରଦା ଅଞ୍ଚଳର ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏହି କଳା ବଜାରିକୁ ରୋକିବା ସହିତ ବ୍ୟାଙ୍କରେ କେୱାଇସି ଫର୍ମ ମହଜୁଦ ରଖିବାକୁ ସାଧାରଣରେ ଦାବି ହୋଇଛି ।